Odisha Link
Bridging the Missing Links in Odisha

କଟକଣା ମଧ୍ୟ୍ୟରେ ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର

କେନ୍ଦୁଝର: ଆଜି ଖୋଲିଲା ଘଟଗାଁ ମା ତାରିଣୀ ମନ୍ଦିର। କଟକଣା ମଧ୍ୟ୍ୟରେ ମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଗାଇଡ ଲାଇନ ଜାରି କାରାଯାଇଛି। ମନ୍ଦିରରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ସାଧାରଣ ଦର୍ଶନ କରିବେ ଶ୍ରଦ୍ଧାଳୁ। ପ୍ରଥମେ ସକାଳ ୭ଟା ୩୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ପର୍ପ୍ୟନ୍ତ। ଦ୍ୱିତୀୟଟି ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମା ତାରିଣୀଙ୍କ ଦର୍ଶନ କରିବେ ଭକ୍ତ।

ଦୂରତା ରକ୍ଷା କରି ବ୍ୟାରିକେଡ୍‌ରେ ଧାଡି ହୋଇ ପ୍ରବେଶ କରି ମୁଖଶାଳା ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ। ମନ୍ଦିର ବେଢା ମଧ୍ୟରେ ୨୫ରୁ ୩୦ ଜଣ ଭକ୍ତ ଦର୍ଶନ କରିପାରିବେ। ମନ୍ଦିର ମଧ୍ୟରେ କୌଣସି ଭୋଗ ଲାଗି କରାଯିବ ନାହିଁ। କେବଳ ଭକ୍ତମାନେ ମା’ ଙ୍କ ଦର୍ଶନ କରିପାରିବେ। ମନ୍ଦିରକୁ ୧୦ ବର୍ଷରୁ କମ୍ ବୟସର ପିଲା ପ୍ରବେଶ କରି ପାରିବେ ନାହିଁ। କୌଣସି ଭକ୍ତଙ୍କୁ ଚୂଳ ସମର୍ପଣ କରିବା ନିମନ୍ତେ ପ୍ରବେଶ ଅନୁମତି ଦିଆଯିବ ନାହିଁ।

ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ଭୋଗ ପାର୍ସଲ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ। ଏହାସହ ଆସନ୍ତା ୧୬ ତାରିଖରେ ଶ୍ରାବଣ ମାସ ସୋମବାର ପଡ଼ୁଥିବାରୁ ମନ୍ଦିର ପରିଷରରେ ଥିବା ଶିବ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।

Leave A Reply

Your email address will not be published.