Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ପିଇଓ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପିଇଓ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକାରଗୋଲା ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ସନ୍ତୋଷ ସାହୁଙ୍କ ଘରେ ରେଡ୍ ହୋଇଛି। ସନ୍ତୋଷଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ଚଢାଉ କରିଛନ୍ତି।

ଜଣେ ଡିଏସପିଙ୍କ ନେତୃତ୍ୱରେ ୭ ଜଣ ଆଇଆଇସି ଚଢ଼ାଉ କରୁଛନ୍ତି। ସନ୍ତୋଷଙ୍କ ଗୋଟିଏ ୩ ମହଲା କୋଠା ଓ ୨ଟି ଏକ ମହଲା କୋଠା ଠାବ ହୋଇଛି। ଚଢ଼ାଉ ଚାଲିଥିବାରୁ କେତେ ସମ୍ପତ୍ତି ଅଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।