Odisha Link
Bridging the Missing Links in Odisha

ଖରସ୍ରୋତା ଆନ୍ଦୋଳନ: ୨୫ ଜଣଙ୍କୁ ଉଠାଇନେଲା ପୁଲିସ

କେନ୍ଦ୍ରାପଡ଼ା: ଗୁରୁବାର ଭଦ୍ରକକୁ ପାଣି ଦେବାକୁ ବିରୋଧ କରି ପୁଲିସ୍‌ ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଖରସ୍ରୋତା ଆନ୍ଦୋଳନ ପରେ ୨୫ ଜଣଙ୍କୁ ଉଠାଇନେଇଛି ପୁଲିସ୍। ରୁଣାଡିହରେ ଗତକାଲିର ଖରସ୍ରୋତା ସଂଗ୍ରାମ ସମିତି କର୍ମକର୍ତ୍ତା ଓ ପୁଲିସ ମଧ୍ୟରେ ଗଣ୍ଡଗୋଳ ପରେ ଘଟଣାସ୍ଥଳରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଗତକାଲିର ଘଟଣା ପରେ ୨୫ ଜଣଙ୍କୁ ପୁଲିସ ଉଠାଇନେଇଥିବା ସୂଚନା ମିଳିଛି ।

ଅପରପକ୍ଷେ, ପୁଲିସ୍‌ ଏପରି ଜୁଲମ ବନ୍ଦ ନ କଲେ ନୂଆ ପ୍ରକାରର ଆନ୍ଦୋଳନ ହେବ ବୋଲି ଖରସ୍ରୋତା ବଞ୍ଚାଓ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଉପଦେଷ୍ଠା ଦେବେନ୍ଦ୍ର ଶର୍ମା କହିଛନ୍ତି, ପୁଲିସ୍‌ ଏଠାରେ ଦମନଲୀଳା ଚଳାଇଛି। ଆଳି ଓ ରାଜକନିକା ଅଞ୍ଚଳରୁ ନିର୍ଦ୍ଦୋଶ ଲୋକଙ୍କୁ ଗିରଫ କରିଛି। ଯେଉଁମାନେ ଆନ୍ଦୋଳନ ସ୍ଥଳକୁ ଯାଇ ନ ଥିଲେ ସେମାନଙ୍କୁ ନେଇଛି। ପୁଲିସ୍‌ ଜୁଲମ ବନ୍ଦ ନ କଲେ ନୂଆ ପ୍ରକାରର ଆନ୍ଦୋଳନ ହେବ।

ଅପରପକ୍ଷେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବାକୁ ବାରମ୍ବାର ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି। ନଦୀରେ ବ୍ୟାରେଜ ନ ହେବା ପର୍ଯ୍ୟନ୍ତ ପାନୀୟ ଜଳ ପ୍ରକଳ୍ପ କରାଇ ଦିଆଯିବନି ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.