Odisha Link
Bridging the Missing Links in Odisha

ଆଜି ନାଗ ପଞ୍ଚମୀ: ବର୍ଷକୁ ଥରେ ଖୋଲିଥାଏ ଏହି ମନ୍ଦିର, ଜାଣନ୍ତୁ ରହସ୍ୟ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ନାଗ ପଞ୍ଚମୀ। ନାଗ ପଞ୍ଚମୀରେ ନାଗ ସାପ ପୂଜା କରାଯାଏ। ଶ୍ରାବଣ ମାସରେ ପଡୁଥିବା ଏହି ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରାବଣ ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ନାଗ ପଞ୍ଚମୀରେ ଶିବଙ୍କ ସହ ସାପଙ୍କୁ ମଧ୍ୟ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ନାଗ ପଞ୍ଚମୀ ଦିନ ଯିଏ ସାପକୁ ପୂଜା କରେ, ଯଦି ତାଙ୍କ ରାଶିରେ କାଳ ସର୍ପ କିମ୍ବା ପିତୃ ଦୋଷ ଥାଏ, ତେବେ ଏହା ଶେଷ ହୁଏ।

ତେବେ ଆଜିର ପବିତ୍ର ଦିନରେ ଆପଣଙ୍କୁ ଆମେ ଏଭଳି ଏକ ମନ୍ଦିର ବିଷୟରେ କହିବୁ ଯାହା କେବଳ ବର୍ଷକରେ ଅର୍ଥାତ୍‌ ଆଜିର ଦିନରେ ଖୋଲିଥାଏ। ମଧ୍ୟପ୍ରଦେଶର ଉଜ୍ଜୈନରେ ଅବସ୍ଥିତ ନାଗଚନ୍ଦ୍ରେଶ୍ବର ମନ୍ଦିର ବର୍ଷକୁ ଥରୁଟିଏ ଖୋଲା ଯାଇଥାଏ।

ନାଗଚନ୍ଦ୍ରେଶ୍ୱର ମନ୍ଦିର ଭାବେ ଏହା ସବୁଠି ପ୍ରସିଦ୍ଧ। ମାନ୍ୟତା ରହିଛି ଯେ ଏହି ମନ୍ଦିରରେ ନାଗରାଜା ତକ୍ଷକ ନିଜେ ଉପସ୍ଥିତ ଅଛନ୍ତି। ଏହି କାରଣରୁ ନାଗପଞ୍ଚମୀ ଦିନ ମନ୍ଦିର ଖୋଲିବା ଦ୍ୱାରା ନାଗ ଦେବତାଙ୍କୁ ପୂଜା କରାଯାଇଥାଏ। ଏହି ମନ୍ଦିରରେ ଏକାଦଶ ଶତାବ୍ଦୀର ଏକ ପ୍ରତିମୂର୍ତ୍ତି ଅଛି, ସେଭଳି ମୂର୍ତ୍ତି ଦୁନିଆର ଅନ୍ୟ କେଉଁଠାରେ ନାହିଁ ବୋଲି ଦାବି କରାଯାଉଛି।

ନାଗଚନ୍ଦ୍ରଶେଶ୍ୱର ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ସ୍ଥାନରେ ମହାଦେବ ସାପର ଶଯ୍ୟା ଉପରେ ବସିଥିବା ଦେଖିବାକୁ ମିଳେ। ଏହି ପ୍ରାଚୀନ ମନ୍ଦିର ପ୍ରାୟ ୧୦୫୦ ଖ୍ରୀଷ୍ଟାବ୍ଦରେ ରାଜା ଭୋଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ବର୍ଷକରେ ଥରେ ନାଗପଞ୍ଚମୀ ଦିନ ଲକ୍ଷ ଲକ୍ଷ ଭକ୍ତ ଏଠାରେ ଦର୍ଶନ କରିବାକୁ ଆସନ୍ତି।

Leave A Reply

Your email address will not be published.