Odisha Link
Bridging the Missing Links in Odisha

୨ହଜାର ଟଙ୍କାରେ ମାସକର ଶିଶୁ ପୁତ୍ରକୁ ବିକ୍ରି, ୩ ଗିରଫ

ମୟୂରଭଞ୍ଜ: ୨ ହଜାର ଟଙ୍କାରେ ମାସକର ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ। ଏହି ଅଭିଯୋଗ ଆସିଛି ଝାରପୋଖରିୟା ଥାନା ଶଙ୍ଖାଭଙ୍ଗା ଗାଁରୁ। ଏହି ମାମଲାରେ ମୟୂରଭଞ୍ଜ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି। ଏଥିରେ ବିକ୍ରି କରିଥିବା ଦଲାଲ୍ ଏବଂ କିଣିଥିବା ଦମ୍ପତି ଗିରଫ ହୋଇଛନ୍ତି ଏବଂ ଶିଶୁ ପୂତ୍ରକୁ ଉଦ୍ଧାର କରାଯାଇଛି।

ଶିଶୁ ପୁତ୍ର କିଣିଥିବା ଦମ୍ପତିଙ୍କୁ ରାଇରଙ୍ଗପୁର ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ବିକିଥିବା ଦଲାଲ୍କୁ ସାରସକଣା ଅଞ୍ଚଳରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଝାରପୋଖରିୟା ପୋଲିସ୍ ସୂଚନା ଦେଇଛି।

Leave A Reply

Your email address will not be published.