Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ସୁପରଭାଇଜର

ଭଦ୍ରକ: ଭିଜିଲାନ୍ସ ଜାଲରେ ସୁପରଭାଇଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି। ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍।

ଭଦ୍ରକ ଜିଲ୍ଲା ସିଡିପିଓ କାର୍ଯ୍ୟାଳୟର ସୁପର ଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟ, ଭଦ୍ରକ ସହରର ଆରଡ଼ି ଛକ ସ୍ଥିତ ବାସଭବନ, ଆମ୍ବରୋଲୀ ସ୍ଥିତ ଗାଁରେ ଘର ଆଦି ୪ଟି ସ୍ଥାନରେ ଭିଜିଲାନ୍ସ ଟିମର ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଚଢାଉରେ ଭିଜିଲାନ୍ସର ୩ ଗୋଟି ଟିମ ସାମିଲ ରହିଛନ୍ତି।

ତେବେ ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି। ସମସ୍ତ କାଗଜପତ୍ର ଯାଞ୍ଚ କରୁଛି ଟିମ୍‌। ତେବେ ବର୍ତ୍ତମାନ ସୁଦ୍ଧା ୨ଟି ବିଲ୍ଡିଂ ଓ ୩ଟି କାର୍ ଜବତ ହୋଇଥିବାର ସୂଚନା ମିଳିଛି।