ଜର୍ମାନୀରେ ପିଜ୍ଜା ଡେଲିଭରୀ କରୁଛନ୍ତି ଆଫଗାନ ମନ୍ତ୍ରୀ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ରାଷ୍ଟ୍ରପତି ଆଶରଫ ଘନିଙ୍କ ସମେତ ବହୁ ରାଜନେତା ଓ ମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି। ଏହାରି ମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସଇଦ ଅହମ୍ମଦ ଶାହା ସାଦତ ମଧ୍ୟ ଜର୍ମାନୀରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ସୟଦ ସେଠାରେ ଗତ ୨ ମାସ ଧରି ପିଜ୍ଜା ଡେଲିଭରି ବୟ୍ ଭାବେ କାମ କରୁଛନ୍ତି। ମନ୍ତ୍ରୀଙ୍କ ଏପରି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଆପଣ ସମହଜରେ ବିଶ୍ୱାସ କରିପାରିବେ ନାହିଁ।
ପୂର୍ବତନ ମନ୍ତ୍ରୀ ସୟଦ ଅହମଦ ଶାହ ସାଦତ ଜର୍ମାନୀର ଲିପଜିଗ ସହରରେ ଆଶ୍ରୟ ନେଇଛନ୍ତି। ଆର୍ଥିକ ପ୍ରତିବନ୍ଧକ ତାଙ୍କୁ ସେହି କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛନ୍ତି। ଏଥିସହ ଏହା ମଧ୍ୟ କୁହାଯାଉଛି ଯେ ତାଲିବାନ ଦଖଲ ପୂର୍ବରୁ ସଇଦ ୨୦୨୦ ମସିହାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି।
ସୟଦ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ସେ ଅକ୍ସଫୋର୍ଡ ୟୁନିଭରସିଟିରେ ଏମଏମସିଏମ କରିଛନ୍ତି। ଏହା ସହ ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ମଧ୍ୟ। କିନ୍ତୁ ତାଲିବାନଙ୍କ ଆତଙ୍କ ଯୋଗୁଁ ତାଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି।