Odisha Link
Bridging the Missing Links in Odisha

୩.୩୦ଟାରେ ସେପ୍ଟେମ୍ବର ଗାଇଡଲାଇନ୍ ଘୋଷଣା କରିବେ ଏସଆରସି

ଭୁବନେଶ୍ୱର: ଆଜି ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିବେ ରାଜ୍ୟ ସରକାର। ଏସଆରସି ପ୍ରଦୀପ ଜେନା ଦିନ ଅପରାହ୍ନ ୩.୩୦ରେ କରୋନା ସ୍ଥିତି ବାବଦରେ ଘୋଷଣା କରିବା ସହ ନୂଆ ଗାଇଡଲାଇନ୍ ଜାରି କରିବେ।

ଏବେ ରାଜ୍ୟରେ କରୋନା ସଂକ୍ରମଣ କମିଛି। ପ୍ରତିଦିନ ୧୦୦୦ ତଳେ ଦୈନିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ବର, ପୁରୀ ଓ କଟକ ସହରାଞ୍ଚଳକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ୍ ନାହିଁ। କେବଳ ନାଇଟକର୍ଫ୍ୟୁ ରହିଛି। ସେପ୍ଟେମ୍ବର ମାସର ଗାଇଡଲାଇନରେ ନାଇଟ୍ କର୍ଫ୍ୟୁ ହଟିବା ନେଇ ସରକାର ନିଷ୍ପତ୍ତି ନେଇପାରନ୍ତି।

କେରଳରେ ଓନମ ପରେ ସଂକ୍ରମଣ ପୁଣି ବଢିଛି ଫଳରେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସେପ୍ଟେମ୍ବର ଗାଇଡଲାଇନରେ ସରକାର କଣ ଘୋଷଣା କରିବାକୁ ଯାଉଛନ୍ତି, ତାଉପରେ ସମସ୍ତଙ୍କ ନଜର ରହିଛି। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବାକୁ କଟକଣା ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଉଛନ୍ତି। କିନ୍ତୁ ଜୀବିକାକୁ ଧ୍ୟାନରେ ରଖି ରାଜ୍ୟ ସରକାର କେମିତି ଗାଇଡ୍ ଲାଇନ୍ ଜାରି କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.