Odisha Link
Bridging the Missing Links in Odisha

ରାଜ୍ୟରେ ୧୦୮ ଛୁଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋାନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୭୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୪୩୮ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୧୬ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୦୮ ଜଣ ପଜିଟିଭ ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୬ଜଣ, ବାଲେଶ୍ୱର ଜିଲ୍ଲାରୁ ୪୩ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୪ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୧୧୦ଜଣ, ଦେଓଗଡ଼ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨୫ଜଣ, ଯାଜପୁର ଜିଲ୍ଲାରୁ ୨୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ୨ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯ଜଣ, କେନ୍ଦୁଝର ଜିଲ୍ଲାରୁ ୧୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୬୧ଜଣ, କୋରାପୁଟ ଜିଲ୍ଲାରୁ ୬ଜଣ, ମାଲକାନଗିରି ଜିଲ୍ଲାରୁ ୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ୧୩ଜଣ, ନୂଆପଡ଼ା ଜିଲ୍ଲାରୁ ୭ଜଣ, ପୁରୀ ଜିଲ୍ଲାରୁ ୨୮ଜଣ, ରାୟଗଡ଼ା ଜିଲ୍ଲାରୁ ୯ଜଣ, ସମ୍ବଲପୁର ଜିଲ୍ଲାରୁ ୧୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୬ଜଣ, ଷ୍ଟେଟ ପୁଲ୍‌ରୁ ୫୯ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୯୨୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୨୪୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୩୯୦୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧୮୨୦୦୯୭୬ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.