Odisha Link
Bridging the Missing Links in Odisha

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାକୁ ଏକମାସରୁ ଅଧିକ ଦିନ ବିତିଗଲାଣି କିନ୍ତୁ ଏବେ ଯାଏଁ ମୃତ୍ୟୁ ପଛରୁ ପରଦା ଉଠିପାରିଲା ନାହିଁ। ଆଜି ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀୟଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ବିଦ୍ୟାଭାରତୀଙ୍କ ବାପଘର କପ୍ତିପଦା ସ୍ଥିତ ବାସଭବନକୁ ଯାଇ କ୍ରାଇମବ୍ରାଞ୍ଚ ଜେରା କରିବ।

ଜେରା ସମୟରେ କ୍ରାଇମ ଏଗେନଷ୍ଟ ଓମ୍ୟାନ ଶାଖାର ଦୁଇ ଜଣ ମହିଳା ଅଫିସର ଉପସ୍ଥିତ ରହି ତଦନ୍ତକାରୀ ଟିମକୁ ଆବଶ୍ୟକୀୟ ସହଯୋଗ କରିବେ। ବିଦ୍ୟାଭାରତୀଙ୍କୁ ଜେରା କରି ସୌମ୍ୟ ମୃତ୍ୟୁ ଉପରୁ ପରଦା ହଟାଇବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ।

ଗତକାଲି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ଏସିଏଫ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛନ୍ତି। ମୃତ ସୌମ୍ୟଙ୍କ ବାପା, ମାଆ ସହ ମାମୁଁ, ମାଇ ଓ ସୌମ୍ୟଙ୍କ ସାନ ଭାଇଙ୍କ ବୟାନ ରେକର୍ଡ କରାଯାଇଛି।

ସୌମ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀୟ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଆସୁଛି। ତେଣୁ ଆଜି ଜେରା ବେଳେ ବିଦ୍ୟାଭାରତୀଙ୍କ ଠାରୁ ସତ ଓଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.