Odisha Link
Bridging the Missing Links in Odisha

ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ପୁଣି ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଗୃହକାର୍ଯ୍ୟ ଆରମ୍ଭରୁ ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରି ନଥିବାରୁ ଗୃହରେ ହୋହଲ୍ଲା ହୋଇଥିଲା। ଫଳରେ ବାଚସ୍ପତି ଏକ ଘଣ୍ଟା ପାଇଁ ଗୃହକୁ ମୁଲତବୀ ରଖିଥିଲେ।

ବାଚସ୍ପତିଙ୍କ ପୋଡିୟମ୍ ତଳେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ। ବିଜେପି ସଦସ୍ୟ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ଯାହା ଫଳରେ ଗୃହ କାର୍ଯ୍ୟ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି। ପୁର୍ନବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ପୁଣି ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି।

ଏଥିସହ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରିଛନ୍ତି ବିରୋଧୀ। ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କୁ ଘେରିଛନ୍ତି। ମୁତଲବୀ ପ୍ରସ୍ତାବ ଗ୍ରହଣ କରୁନଥିବାରୁ ପ୍ରତିବାଦ କରି ଘେରାଉ କରିଛନ୍ତି। ଯେପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ପ୍ରସ୍ତାବ ଗ୍ରହଣ କରିନାହାନ୍ତି ସେପର୍ଯ୍ୟନ୍ତ ଘେରାଉ ଜାରି ରହିବ ବୋଲି କଂଗ୍ରେସ ସଦସ୍ୟ କହିଛନ୍ତି।

Leave A Reply

Your email address will not be published.