Odisha Link
Bridging the Missing Links in Odisha

+୩ରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ୧ମ କଟ୍ଅଫ୍ ମାର୍କ

ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତଥା ମେଧା ତାଲିକା। ପୂର୍ବାହ୍ନ ୧୧ଟାରେ ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅପରାହ୍ନ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଅନ୍ ଲାଇନ୍ ରେ ନାମଲେଖା ଫି’ ଦାଖଲ କରିପାରିବେ।

ତେବେ ଆସନ୍ତା ୧୩ରୁ ୧୬ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଆଲର୍ଟ ହୋଇଥିବା କଲେଜରେ ରିପୋର୍ଟିଂ କରି ନାମ ଲେଖାଇବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକ ପାଇଁ ନିୟମାବଳୀ ଜାରି ହୋଇଛି।

ନାମଲେଖା ପାଇଁ ସାମ୍ ସ ଲ୍ୟାବ୍, ଇଣ୍ଟରନେଟ୍, ପ୍ରିଣ୍ଟର, କମ୍ପ୍ୟୁଟର ଆଦି ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ନାମଲେଖା ବେଳେ ପ୍ରାର୍ଥୀଙ୍କ ଉପସ୍ଥାନ ଖାତା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ରିପୋର୍ଟିଂ ସମୟରେ ଉପସ୍ଥିତ ଥିବା ପ୍ରାର୍ଥୀ ଯେପରି ଉପସ୍ଥାନ ଖାତାରେ ଦସ୍ତଖତ କରିବେ, ସେନେଇ ଆଡମିସନ୍ ଟିମ୍ ସୁନିଶ୍ଚତ କରାଇବେ।

Leave A Reply

Your email address will not be published.