ଏସିଏଫ୍ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ
ଖଇରା: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦିନ ପରେ ବିତି ଯାଉଥିଲେ ମଧ୍ୟ ଆଜି ଯାଏଁ ନ୍ୟାୟ ମିଳିପାରୁ ନାହିଁ। ଏହି ଘଟଣାକୁ ନେଇ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ପାଳନ ହେଉଛି। ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ବନ୍ଦ ପାଳନ ହେଉଛି। ଖଇରା ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି। ତଦନ୍ତ ପ୍ରକ୍ରିୟା ନଆଗେଇବା ଓ ଦୋଷୀ ଚିହ୍ନଟ ନହେବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଗତ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟରଞ୍ଜନ ବାପା ଏହି ଘଟଣା ପଛରେ ବୋହୂ ବିଦ୍ୟାଭାରତୀ ଏବଂ ଡିଏଫ୍ଓଙ୍କ ସମ୍ପୃକ୍ତି ଥିବା ଅଭିଯାଗ କରି ଥାନାରେ ଏତଲା ଦେଇଥିଲେ। ମାତ୍ର ଆଜି ଯାଏଁ ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।