Odisha Link
Bridging the Missing Links in Odisha

ଘୋଷଣା ହେଲା ରାଜ୍ୟସଭା ଉପନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଘୋଷଣା ହେଲା ରାଜ୍ୟସଭା ଉପନିର୍ବାଚନ ତାରିଖ। ରାଜ୍ୟସଭାର ଖାଲି ପଡ଼ିଥିବା ୬ ଆସନ ପାଇଁ ଉପନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି।  ଅକ୍ଟୋବର ୪ ତାରିଖରେ ରାଜ୍ୟସଭା ଉପନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

ରାଜ୍ୟସଭାର ଯେଉଁ ୬ଟି ଆସନ ପାଇଁ ଉପନିର୍ବାଚନ ହେବ, ସେଥିରେ ତାମିଲନାଡୁର ଦୁଇଟି ସିଟ୍‌, ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶର ଗୋଟିଏ ଲେଖାଏ ସିଟ୍ ରହିଛି। ସେହିପରି ବିହାର ବିଧାନ ପରିଷଦ ଉପନିର୍ବାଚନ ମଧ୍ୟ ସମାନ ତାରିଖରେ ହେବ। ଏହ ସମ୍ବନ୍ଧରେ ସେପ୍ଟେମ୍ବର ୧୫ ତାରିଖରେ ବିଜ୍ଞପ୍ତି ଜାରି ହେବ।

ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୨ ତାରିଖ ହେବ। ନାମାଙ୍କନ ପତ୍ର ଯାଞ୍ଚର ଶେଷ ତାରିଖ ସେପ୍ଟେମ୍ବର ୨୩ ରହିଛି। ସେପ୍ଟେମ୍ବର ୨୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଅକ୍ଟୋବର ୪ ତାରିଖ ସକାଳ ୯ଟାରୁ ୪ ଯାଏ ଯାଏ ମତଦାନ ହେବ। ଏହା ପରେ ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।

Leave A Reply

Your email address will not be published.