Odisha Link
Bridging the Missing Links in Odisha

ଚଳିତ ବର୍ଷ ନୂଆଖାଇରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ବରୀ

ସମ୍ବଲପୁର: ଚଳିତ ବର୍ଷ ନୂଆଖାଇରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ବରୀ। ଶ୍ରଦ୍ଧାଳୁଙ୍କ ପାଇଁ ୧୨ଟା ୩୦ମିନିଟ୍ ରୁ ୫ଟା ୩୦ମିନିଟ୍ ମଧ୍ୟରେ ଖୋଲା ରହିବ ମା’ ସମଲେଶ୍ବରୀଙ୍କ ମନ୍ଦିର। ବୈଠକ ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନ। ଏ ନେଇ ସୂଚନା ଦେଇଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି ।

ନୂଆ ଖାଇବା ପରେ ସମଲେଶ୍ବରୀଙ୍କୁ ଦର୍ଶନ କରିବାର ପରମ୍ପରା ରହିଛି। କିନ୍ତୁ ଗତବର୍ଷ କୋଭିଡ୍ କଟକଣା ଯୋଗୁଁ ନୂଆଖାଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଥିଲା ମା’ଙ୍କ ମନ୍ଦିର। ଚଳିତ ବର୍ଷ ନୂଆଁଖାଇରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିବା ନେଇ ସ୍ପଷ୍ଟ କରିଛି ଟ୍ରଷ୍ଟ ବୋର୍ଡ। କୋଭିଡ୍ ଗାଇଡଲାଇନ୍ ଭିତରେ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ମନ୍ଦିରକୁ କୌଣସି ପ୍ରକାର ପୂଜା ସାମଗ୍ରୀ ନେଇ ପାରିବେନି ଶ୍ରଦ୍ଧାଳୁ।

Leave A Reply

Your email address will not be published.