Odisha Link
Bridging the Missing Links in Odisha

ଆଖଣ୍ଡଳ ମହାଦେବ ମନ୍ଦିରରୁ ଚୋରି

କୋଣାର୍କ: ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଶନିବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ନିକଟରେ ଥିବା ଆଖଣ୍ଡଳ ମହାଦେବ ମନ୍ଦିରରୁ ଚୋରି। ମିଳିଥିବା ସୂଚନା ମୁତାବିକ, ଶନିବାର ରାତିରେ କିଛି ଦୁର୍ବୃତ୍ତ ମହାଦେବ ମନ୍ଦିରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ବହୁ ପୁରାତନ ମୂର୍ତ୍ତି ତଥା ଅଷ୍ଟଧାତୁରେ ନିର୍ମିତ ନଟରାଜ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ପାର୍ବତୀ ମୂର୍ତ୍ତି ଏବଂ ରାଧା କ୍ରିଷ୍ଣା ମୂର୍ତ୍ତି ଚୋରି କରିନେଇଛନ୍ତି l

ରବିବାର ସକାଳେ ମନ୍ଦିରର ପୂଜକ ଚୋରି ହୋଇଥିବା ଟ୍ରଷ୍ଟ ବୋର୍ଡ ସଭାପତିଙ୍କୁ ଏନେଇ ଜଣାଇଥିଲେ । ଗୋପ ଆଇଆଇସି କାଳନ୍ଦୀ ବେହେରା ସକାଳୁ ଆସି ତଦନ୍ତ କରିବା ସହିତ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛନ୍ତି l ସିସିଟିଭି ଫୁଟେଜରେ ଆଧାରରେ ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ଆଇଆଇସି କହିଛନ୍ତି।