Odisha Link
Bridging the Missing Links in Odisha

ପ୍ରବଳ ବର୍ଷାରେ ଘର କାନ୍ଥ ଭୁଷୁଡ଼ି ଜଣଙ୍କର ମୃତ୍ୟୁ

କେନ୍ଦ୍ରାପଡ଼ା: ଗଭୀର ଅବପାତର ରୂପ ନେବା ପରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ତେବେ ବର୍ଷା କାରଣରୁ କେନ୍ଦ୍ରାପଡ଼ା ପାଟକୁରାର ଗରଦପୁରରେ ଅଘଟଣ ଘଟିଛି। ପ୍ରବଳ ବର୍ଷା କାରଣରୁ ବଡ଼ବେତରା ଗାଁରେ ଘର କାନ୍ଥ ଭୁଷୁଡ଼ି ପଡ଼ିଛି।

ଘର କାନ୍ଥ ଭୁଷୁଡ଼ିବା ଫଳରେ କାନ୍ଥ ତଳେ ଚାପି ହୋଇ ଜଣଙ୍କର ମୃତ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ୭୦ ବର୍ଷୀୟ ଅଭୟ କୁମାର ମହାପାତ୍ର ଓ ଆହତ ଜଣକ ହେଉଛନ୍ତି ବୋହୁ କଳ୍ପନା ମହାପାତ୍ର।

Leave A Reply

Your email address will not be published.