Odisha Link
Bridging the Missing Links in Odisha

କୁମାର ସାନୁ ଗାଇଲେ ସମ୍ବଲପୁରୀ ଗୀତ

ଭୁବନେଶ୍ବର: ସମ୍ବଲପୁରୀ ଗୀତରେ ତାଳେ ତାଳେ ସମସ୍ତେ ମତୁଆଲ ହୋଇଥାନ୍ତି। କେବଳ ଓଡ଼ିଶାରେ ନୁହେଁ ବିଦେଶରେ ମଧ୍ୟ ସମ୍ବଲପୁରୀ ଗୀତର ଖୁବ୍‌ ଡିମାଣ୍ଡ ରହିଛି। ଓଲିଉଡ ଓ ବଲିଉଡର ଅନେକ ନାମୀଦାମୀ ଗାୟକ ସମ୍ବଲପୁରୀ ଗୀତ ଗାଇଛନ୍ତି। ଏବେ ବଲିଉଡରେ ଅନେକ ସୁପର ହିଟ୍ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କୁ ମଧ୍ୟ ସମ୍ବଲପୁରୀ ଗୀତ ଗାଉଥିବାର ନଜର ଆସିଛନ୍ତି।

କୁମାର ସାହୁ ପ୍ରଥମ ଥର ପାଇଁ ସମ୍ବଲପୁରୀ ଗୀତ ଗାଇଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଖଇରଭାଡ଼ି ଗ୍ରାମର ଜଣାଶୁଣା ମ୍ୟୁଜିକ ଡାଇରେକ୍ଟର ବୃନ୍ଦାବନ ମେହେରଙ୍କ ନିର୍ଦ୍ଦେଶନା ଓ ରଚନାରେ ସେ ଓଲିଉଡ ଗାୟିକା ଅମ୍ରିତା ନାୟକଙ୍କ ସହ ଏହି ଗୀତ ଗାଇଥିବା ଜଣାପଡିଛି।

ମୁମ୍ବାଇର ପଞ୍ଚମ ଷ୍ଟୁଡିଓରେ ଏହି ଗୀତର ରେକର୍ଡିଂ ହୋଇଛି। ଆସନ୍ତା ଅକ୍ଟୋବର ୧ ତାରିଖରେ ୟୁଟ୍ୟୁବ ଚ୍ୟାନେଲ ଆରକେ ମିଡିଆରେ ଏହି ଗୀତ ମୁକ୍ତିଲାଭ କରିବ ବୋଲି ଶ୍ରୀ ମେହେର ପ୍ରକାଶ କରିଛନ୍ତି। ପୂର୍ବରୁ ଶ୍ରୀ ମେହେରଙ୍କ ନିର୍ଦ୍ଦେଶନାରେ ବଲିଉଡ ଗାୟକ ବିନୋଦ ରାଠୋର ଓ ଉଦିତ ନାରାୟଣ ସମ୍ବଲପୁରୀ ଗୀତ ଗାଇଥିଲେ। ଦୁହିଁଙ୍କ ସ୍ୱର ମଧ୍ୟ ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁଥିଲା। ଏବେ କୁମାର ସାନୁ ଗାଇଥିବା ଗୀତ ମଧ୍ୟ ଲୋକପ୍ରିୟତା ହାସଲ କରିବ ବୋ

Leave A Reply

Your email address will not be published.