Odisha Link
Bridging the Missing Links in Odisha

ଆରସିବି ଅଧିନାୟକ ପଦରୁ ଓହରିବେ ବିରାଟ

ବେଙ୍ଗାଲୁରୁ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ପଦରୁ ଓହରିବେ ବିରାଟ କୋହଲି। ରବିବାର ଏ ନେଇ ଘୋଷଣା କରିଛନ୍ତି ବିରାଟ। ଚଳିତ ଆଇପିଏଲ୍ ସିଜିନ୍‌ର ଶେଷରେ ସେ ଅଧିନାୟକ ପଦରୁ ଓହରିବେ। ଏ ନେଇ ଟ୍ୱିଟ୍ କରି ସେ ପ୍ରଶଂସକୁ ଅବଗତ କରାଇଛନ୍ତି।

ସେ କହିଛନ୍ତି ଅଧିନାୟକ ଭାବେ ଏହା ଶେଷ ଆଇପିଏଲ୍ କିନ୍ତୁ ଆରସିବି ପାଇଁ ଖେଳ ଜାରି ରଖିବି ବୋଲି ସେ କହିଛନ୍ତି। ଏଥିସହ ଆରସିବିର ପ୍ରଶଂସକୁ ତାଙ୍କ ଉପରେ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ବିରାଟ।

ସୂଚନାଯୋଗ୍ୟ, ବିରାଟ ୨୦୧୩ ମସିହାରୁ ବେଙ୍ଗାଲୁରୁ ଟିମ୍‌ର ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଏବେ ଯାଏଁ ବିରାଟ ଗୋଟିଏ ବି ହେଲେ ଆଇପିଏଲ୍‌ ଟ୍ରଫି ଜିତିନାହାନ୍ତି। ୨୦୧୬ ପରେ ଆରସିବି ଟିମ୍‌ ଗତ ବର୍ଷ ପ୍ଲେ-ଅଫ୍‌କୁ କ୍ୱାଲିଫାଇ କରିଥିଲା। ୨୦୧୭ ଓ ୨୦୧୯ରେ ଅଙ୍କ ତାଲିକାରେ ବେଙ୍ଗାଲୁରୁ ସବୁଠାରୁ ତଳେ ରହିଥିଲା। କିନ୍ତୁ ୨୦୧୮ରେ ଟିମ୍‌ ତାଲିକାର ୬ ତମ ସ୍ଥାନରେ ରହିଥିଲା। କିଛି ଦିନ ପର୍ବରୁ ଟି-୨୦ ବିଶ୍ୱକପ୍ ପରେ ଟି-୨୦ ଅଧିନାୟକ ପଦ ଛାଡ଼ିବା ନେଇ ମଧ୍ୟ ଘୋଷଣା କରିଛନ୍ତି ବିରାଟ।

Leave A Reply

Your email address will not be published.