Odisha Link
Bridging the Missing Links in Odisha

ଟ୍ୟୁସନ୍‌ରୁ ଫେରିଲା ବେଳେ ନାବାଳିକାକୁ ଗଣଦୁଷ୍କର୍ମ

ଦେବଗଡ଼: ଟ୍ୟୁସନ୍‌ରୁ ଫେରିଲା ବେଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅର୍ନ୍ତଗତ ଛତାବରରେ। ଏହି ଘଟଣାରେ କଙ୍କରଖୋଲ ଗାଁର ଶୁଭମ ବାଦୀ ଓ ଚିନ୍ମୟ ରଞ୍ଜନ ବାଦୀଙ୍କୁ ପୁଲିସ ଗିରଫ କରିଛି।

ନାବାଳିକା ଜଣକ ତାଙ୍କ ବଡ଼ ବାପାଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ ପ୍ରତିଦିନ ସନ୍ଧ୍ୟା ସମୟରେ ଟ୍ୟୁସନ୍ ସାରି ଛତାବରରୁ ସାଇକେଲ ଯୋଗେ ଘରକୁ ଫେରିଥାଆନ୍ତି। ଗତକାଲି ମଧ୍ୟ ଛାତ୍ରୀ ଜଣଙ୍କ ସନ୍ଧ୍ୟା ୭ ଟାସମୟରେ ଛତାବରରୁ ଟ୍ୟୁସନ ସାରି ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ଶୁଭମ ଓ ଚିନ୍ମୟ ନାବାଳିକାଙ୍କୁ କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

ଏନେଇ ପୀଡିତା ଘରେ ଜଣାଇବା ପରେ ପରିବାର ପକ୍ଷରୁ ରିଆମାଳ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଗତକାଲି ରାତିରେ ଅଭିଯୁକ୍ତ ଶୁଭମ ଓ ଚିନ୍ମୟଙ୍କୁ ଗିରଫ କରିଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.