Odisha Link
Bridging the Missing Links in Odisha

ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ୍, ଜାଣନ୍ତୁ ତାଲିକା…

ନୂଆଦିଲ୍ଲୀ : ପାର୍ବଣ ଋତୁ ପାଇଁ ଅକ୍ଟୋବର ମାସରେ ବ୍ୟାଙ୍କଗୁଡିକ ୨୧ ଦିନ ପାଇଁ ବନ୍ଦ ରହିବ। ଦେଶର ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ଦିନ ବନ୍ଦ ରହିବ ବ୍ୟାଙ୍କ୍। ଅକ୍ଟୋବର ମାସରେ ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି କାମ ଥାଏ ତେବେ ଛୁଟିଦିନ ତାଲିକା ଆଗ ଦେଖିନିଅନ୍ତୁ।

ଅକ୍ଟୋବର ମାସରେ ଗାନ୍ଧୀ ଜୟନ୍ତୀ, ମହାଳୟା, ନବରାତ୍ରୀ, ଦଶହରା, ଇଦ୍-ଏ-ମିଲାଦ ଭଳି ଅନେକ ଦିନରେ ବ୍ୟାଙ୍କ ଛୁଟି ରହିବ। ଏଥିସହ କିଛି ଛୁଟି / ପର୍ବ ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳ ସହ ଜଡିତ। ଅକ୍ଟୋବରରେ ୫ଟି ରବିବାର ଛୁଟି ରହିବ। ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ।

ଅକ୍ଟୋବର ୧- ଗ୍ୟାଙ୍ଗଟକରେ ଅର୍ଦ୍ଧ ବାର୍ଷିକ ବ୍ୟାଙ୍କ କ୍ଲୋଜିଂ ଆକାଉଣ୍ଟ ପାଇଁ କାମ ପ୍ରଭାବିତ ହେବ। ଅକ୍ଟୋବର ୨- ମହାତ୍ମା ଗାନ୍ଧୀ ଜୟନ୍ତୀ, ଅକ୍ଟୋବର ୩ – ରବିବାର, ଅକ୍ଟୋବର ୬- ମହାଳୟା(ଅଗରତାଲା, ବେଙ୍ଗାଲୁରୁ ଏବଂ କୋଲକାତାରେ ବ୍ୟାଙ୍କ ବନ୍ଦ), ଅକ୍ଟୋବର ୭- ଇମ୍ଫାଲରେ ବ୍ୟାଙ୍କ୍ ବନ୍ଦ, ଅକ୍ଟୋବର ୯- ମାସର ଦ୍ୱିତୀୟ ଶନିବାର, ଅକ୍ଟୋବର ୧୦- ରବିବାର।

ଅକ୍ଟୋବର ୧୨- ଦୁର୍ଗା ପୂଜା ମହାସପ୍ତମୀ, ଅକ୍ଟୋବର ୧୩ – ମହାଅଷ୍ଟମୀ- ଅଗରତାଲା, ଓଡ଼ିଶା, ଗ୍ୟାଙ୍ଗଟକ, ଗୁଆହାଟୀ, ଇମ୍ଫାଲ, କୋଲକାତା, ପାଟନା ଏବଂ ରାଞ୍ଚିରେ ବ୍ୟାଙ୍କ୍ ବନ୍ଦ। ଅକ୍ଟୋବର ୧୪ – ଦୁର୍ଗା ପୂଜା / ଦଶହରା (ମହା ନବମୀ), ଆୟୁଥ ପୂଜା – ଅଗରତାଲା, ବେଙ୍ଗାଲୁରୁ, ଚେନ୍ନାଇ, ଗାଙ୍ଗଟକ, ଗୁଆହାଟି, କାନପୁର, କୋଚି, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ଶିଲୋଙ୍ଗ ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ୧୫- ବିଜୟାଦଶମୀ – ଇମ୍ପାଲ ଓ ଶିମଲାର ଛୋଟ ଛୋଟ ସହରରେ ବ୍ୟାଙ୍କ୍ ବନ୍ଦ।

ଅକ୍ଟୋବର ୧୬ – ଗ୍ୟାଙ୍ଗଟକରେ ବ୍ୟାଙ୍କ୍ ବନ୍ଦ, ଅକ୍ଟୋବ ୧୭- ରବିବାର, ଅକ୍ଟୋବର ୧୮ – କଟି ବିହୁ( ଗୁଆହାଟି ବ୍ୟାଙ୍କ ବନ୍ଦ)। ଅକ୍ଟୋବର ୧୯- ଇଦ୍-ଇ-ମିଲାଦ / ଇଦ୍-ଇ-ମିଲାଦୁନାବୀ / ମିଲାଦ-ଏ-ସରିଫ / ବାରାୱାଫତ- ଅହମ୍ମଦାବାଦ, ବେଲାପୁର, ଭୋପାଳ, ଚେନ୍ନାଇ, ଡେରାଡୁନ୍, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ, କାନପୁର, କୋଚି, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ।

ଅକ୍ଟୋବର ୨୦- ମହର୍ଷି ବାଲ୍ମିକୀ / ଲକ୍ଷ୍ମୀ ପୂଜା / ଇଦ୍-ଇ-ମିଲାଦ – ଅଗରତାଲା, ବାଙ୍ଗାଲୋର, ଚଣ୍ଡିଗଡ଼, କୋଲକାତା ଏବଂ ଶିମଲାରେ ବ୍ୟାଙ୍କ ବନ୍ଦ। ଅକ୍ଟୋବର ୨୨- ଇଦ୍-ଇ-ମିଲାଦ-ଉଲ୍-ନାବି ପରେ ଶୁକ୍ରବାର ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ୍ ବନ୍ଦ। ଅକ୍ଟୋବର ୨୩ – ମାସର ଚତୁର୍ଥ ଶନିବାର, ଅକ୍ଟୋବର ୨୪ – ରବିବାର, ଅକ୍ଟୋବର ୨୬ – ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ। ଅକ୍ଟୋବର ୩୧ – ରବିବାର।

Leave A Reply

Your email address will not be published.