Odisha Link
Bridging the Missing Links in Odisha

ବାତ୍ୟା ଜଓ୍ବାଦ: ବର୍ତ୍ତିଗଲା ଓଡ଼ିଶା, ଲଗାଣବର୍ଷା ଜାରି

ପୁରୀ ଓ ଜଗତସିଂହପୁରରେ ଭୀଷଣ ବର୍ଷା ହେବାର ଥିବା ବେଳେ ଖୋର୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ମଧ୍ୟ ବର୍ଷା ଆସନ୍ତାକାଲି ଯାଏଁ ଲାଗି ରହିବ।

ଭୁବନେଶ୍ବର: ଜଓ୍ବାଦ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ତାଣ୍ଡବ ରଚିବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଥିଲା ତାହା ଏବେ ଟଳିଯାଇଛି। ଗଭୀର ଅବପାତର ରୂପ ନେଇ ଜଓ୍ବାଦ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଛାଡ଼ ଉତ୍ତରମୁହାଁ ହୋଇଛି। ଅବପାତ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କୌଣସି ପ୍ରକାର କ୍ଷୟକ୍ଷତି ହେବାର ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କହାଯାଇଛି।

ଗଭୀର ଅବପାତ ଆଜି ସକାଳେ ଅବପାତର ରୂପ ନେଇଛି ଓ ସଂଧ୍ୟା ସୁଦ୍ଧା ଏହା ଲଘୁଚାପର ରୂପ ନେଇ ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ଆଡ଼କୁ ଚାଲିଯିବ ବୋଲି ପାଣିପାଗ ବିଭାଗ କହିଛି।

ପୁରୀ ଓ ଜଗତସିଂହପୁରରେ ଭୀଷଣ ବର୍ଷା ହେବାର ଥିବା ବେଳେ ଖୋର୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ମଧ୍ୟ ବର୍ଷା ଆସନ୍ତାକାଲି ଯାଏଁ ଲାଗି ରହିବ।

Leave A Reply

Your email address will not be published.