Odisha Link
Bridging the Missing Links in Odisha

ପିଶାଚ ସ୍ବାମୀ

ନୃଶଂସ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଥାନା ଅନ୍ତର୍ଗତ ସୁବଳୟା ପଞ୍ଚାୟତ ନବରଙ୍ଗପୁର ଗ୍ରାମରେ

ସୁନ୍ଦରଗଡ଼: ସାତ ଜନ୍ମର ସାଥୀକୁ ନୃଶଂସ ଭାବେ ହତ୍ୟା କଲା ପିଶାଚ ସ୍ବାମୀ। ସ୍ତ୍ରୀକୁ କରାଢ଼ୀରେ ହାଣିଲା ସ୍ବାମୀ। ପାରିବାରରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଥାନା ଅନ୍ତର୍ଗତ ସୁବଳୟା ପଞ୍ଚାୟତ ନବରଙ୍ଗପୁର ଗ୍ରାମରେ।

ସୂଚନାନୁଯାୟୀ, ସୁନ୍ଦରଗଡ଼ ଥାନା ଅନ୍ତର୍ଗତ ସୁବଳୟା ପଞ୍ଚାୟତର ନବରଙ୍ଗପୁର ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିଲା। ଏହି ସମୟରେ ଉତ୍ତ୍ୟକ୍ତ ସ୍ଵାମୀ ଘରେ ଏକ କୁରାଢିରେ ସ୍ତ୍ରୀକୁ ହାଣି ହତ୍ୟା କରି ଫେରାର୍ ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମହିିଳାଙ୍କ ଝିଅ ଦୀପିକାଙ୍କ ଠାରୁ ସମସ୍ତ ଘଟଣା ବୁଝିଥିଲା। ଏବଂ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ତେବେ ବହୁ ଖୋଜାଖୋଜି କରିବା ପରେ ଅଭିଯୁକ୍ତ ସ୍ଵାମୀକୁ ପଡୋଶୀ ଘରୁ ଗିରଫ କରି ଥାନାକୁ ନେଇଛି ପୁଲିସ।

Leave A Reply

Your email address will not be published.