ଆଜି ଚାଲିବ ତ ବିଧାନସଭା
ଗତ ୬ ଦିନ ହେଲା ଗୃହ ଅଚଳ। ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ତାତି

ଭୁବନେଶ୍ବର: ବିଧାନସଭାର ଶୀତ କାଳୀନ ଅଧିବେଶନର ଆଜି ହେଉଛି ୭ମ ଦିନ। ହେଲେ ଗତ ୬ ଦିନ ହେଲା ଗୃହ ଅଚଳ। ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ତାତି। ବିରୋଧୀଙ୍କ ହଟ୍ଟଗୋଳ ଲାଗି ୬ ଦିନ ହବେ ଗୃହ ଚାଲିପାରୁନାହିଁ। ଏସବୁ ମଧ୍ୟରେ ଆଜି ଚାଲିବ ତ ବିଧାନସଭା। ସେ ନେଇ ବିଚାରବିମର୍ଶ ଜାରି ରହିଛି। ଆଉ ମାତ୍ର ଅଳ୍ପ ସମୟ ପରେ ଆରମ୍ଭ ହେବ ବିଧାନସଭା କାର୍ଯ୍ୟକାଳ।
ଆଜି ବିଧାନସଭା ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ , ସମବାୟ, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଆଲୋଚନା ରହିଛି। ଏହା ସହିତ ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅତିରକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏପଟେ କିନ୍ତୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ୬ ଦିନ ହେଲା ଗୃହ ଅଚଳ ।
ବିଧାନସଭାକୁ ସୁରୁଖୁରୁରେ ଚଲାଇବା ପାଇଁ ସର୍ବଦଳୀୟ ବୈଠକ ଡକାଯାଇଥିଲା, ହେଲେ ବିରୋଧୀ ଦଳ ବିଜେପିର ସଦସ୍ୟମାନେ ବୈଠକରେ ଯୋଗ ଦେଲେ ନାହିଁ। ଯେଉଁଥି ଲାଗି କୌଣସି ପ୍ରକାର ନିଷ୍ପତ୍ତି ବାହାରିପାରିନାହିଁ। ତେବେ ଆଜି ପ୍ରଶ୍ନକାଳ ଚାଲିପାରିବ ନାହିଁ କି ତାକୁ ନେଇ ଆଶଙ୍କା ରହିଛି । କାରଣ ଉଭୟ ବିଜେପି ଓ କଂଗ୍ରେସ ଉଭୟ ନିଜ ନିଜ ଜିଦରେ ଅଟଳ ରହିଛନ୍ତି।