Odisha Link
Bridging the Missing Links in Odisha

ଦୂର ହେବ ବିଜୁଳି ସଙ୍କଟ, ହୀରାକୁଦ ଡ୍ୟାମରୁ ଉତ୍ପାଦନ ହେବ ଗ୍ରୀନ ଏନର୍ଜି

ହୀରାକୁଦ ଜଳଭଣ୍ଡାରରେ ଏବେ ଜଳ ବିଦ୍ୟୁତ ସହ ସୌର ବିଦ୍ୟୁତ ଉତ୍ପାଦନ ହେବ।

ଦୂର ହେବ ବିଜୁଳି ସଙ୍କଟ, ହୀରାକୁଦ ଡ୍ୟାମରୁ ଉତ୍ପାଦନ ହେବ ଗ୍ରୀନ ଏନର୍ଜି

ସମ୍ବଲପୁର: ଦୂର ହେବ ବିଜୁଳି ସଙ୍କଟ। ଏଣିକି ଜଳ ବିଦ୍ୟୁତ କେନ୍ଦ୍ରର ଉତ୍ପାଦାନ ହେବ ସୌର ବିଦ୍ୟୁତ। ଆପଣଙ୍କୁ ଏହି କଥାଟି ଅଡ଼ୁଆ ଲାଗୁଥିଲେ ବି ସତ। ହୀରାକୁୁଦ ଜଳଭଣ୍ଡାରରରୁୁ ସୌର ବିଦ୍ୟୁତ ଉତ୍ପାଦନ କରାଯିବ। ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେବ।

ହୀରାକୁଦ ଜଳଭଣ୍ଡାରରେ ଉତ୍ପାଦନ ହେବ ଗ୍ରୀନ ଏନର୍ଜି । ଏହି ପ୍ରକଳ୍ପଟି ୨୦୦ କୋଟି ବଜେଟର ବୋଲି ସୂଚନା ଦିଆଯାଇଛି। ବିନା ପ୍ରଦୂଷଣରେ ହୀରାକୁଦ ଜଳଭଣ୍ଡାରର ଜଳରାଶିରେ ସୋଲାର ପ୍ୟାନାଲ ପକାଇ ସୌରଶକ୍ତି ଉତ୍ପାଦନ କରାଯିବ। କେନ୍ଦ୍ର ସରକାରଙ୍କ ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆର ଉଦ୍ୟମରେ ଏହି ପ୍ରକଳ୍ପର ସର୍ଭେ କାର୍ଯ୍ୟ ସରିଯାଇଥିବା ବେଳେ ଆଗାମୀ ବର୍ଷରେ ଏହି ପ୍ରକଳ୍ପ ଆରମ୍ଭ ହେବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନ ମୁତାବିକ, ଆସନ୍ତା ବର୍ଷ ଆରମ୍ଭରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଜଳଭଣ୍ଡାରର ୭୪୩ ବର୍ଗ କିମିରୁ ୧୦ ବର୍ଗ କିମି ଅଞ୍ଚଳରେ ସର୍ଭେ ହୋଇଥିବା ବେଳେ ଏକ ବର୍ଗ କିମି ଅଞ୍ଚଳରେ ଏହି ପ୍ରକଳ୍ପ ହେବ। ଗଭୀର ଜଳରାଶିରେ ସୋଲାର ପ୍ୟାନେଲ ବିଛାଇ ୪୦ ମେଗାୱାଟ ସୋଲାର ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ପ୍ରକଳ୍ପ ଦ୍ବାରା ରାଜ୍ୟର ବିଦ୍ୟୁତ ସଙ୍କଟ କିଛି ମାତ୍ରରେ ଦୂର ହୋଇପାରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.