Odisha Link
Bridging the Missing Links in Odisha

ମୁକୁନ୍ଦ ନାରାଭାନେ ପରବର୍ତ୍ତୀ ସେନାଧ୍ୟକ୍ଷ!

୩୧ ଡିସେମ୍ବର ୨୦୧୯ରେ ସ୍ଥଳସେନା ମୁଖ୍ୟ ଭାବେ ଜେନେରାଲ ରାଓ୍ବତ ଅବସର ନେବା ପରେ ନାରାଭାନେ ଦାୟିତ୍ବ ଗ୍ରହଣ କରିଥିଲେ।

ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ଦେଶର ପରବର୍ତ୍ତୀ ଚିଫ୍‌ ଅଫ୍‌ ‌ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍) ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଗତକାଲି ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ୍‌ ବିପିନ ରାଓ୍ବତ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ତାଙ୍କର ଯୋଗ୍ୟ ଉତ୍ତରାଧୀକାରୀ ସନ୍ଧାନରେ ସର୍ବାଗ୍ରେ ନାରାଭାନେଙ୍କ ନାମ ଆସୁଛି।

୩୧ ଡିସେମ୍ବର ୨୦୧୯ରେ ସ୍ଥଳସେନା ମୁଖ୍ୟ ଭାବେ ଜେନେରାଲ ରାଓ୍ବତ ଅବସର ନେବା ପରେ ନାରାଭାନେ ଦାୟିତ୍ବ ଗ୍ରହଣ କରିଥିଲେ। ପରେ ରାଓ୍ବତ ଦେଶର ତିନି ସେନାର ଅଧ୍ୟକ୍ଷ ଭାବେ ନୁଯୁକ୍ତ ହୋଇଥିଲେ। ଏବେ ନାରାଭାନେ ତାଙ୍କ ସ୍ଥାନ ନେଇପାରନ୍ତି ବୋଲି ଆଲୋଚନା ହେଉଛି।

୧୯୮୦ ଜୁନ୍‌ ମାସରେ ନାରାଭାନେ ଭାତୀୟ ସ୍ଥଳ ସେନାରେ ଯୋଗ ଦେଇଥିଲେ। ଉତ୍ତରପୂର୍ବ ଭାରତ ଓ କଶ୍ମୀରରେ ବିଭିନ୍ନ ମିଶନ୍‌ର ନେତୃତ୍ବ ନେବା ସହ ସେ ଶ୍ରୀଲଙ୍କାରେ ଅପରେସନ୍‌ ପଓ୍ବନର ନେତୃତ୍ବ ନେଇଥିଲେ। ନୂଆଦିଲ୍ଲୀରେ ୨୦୧୭ ସାଧାରଣତନ୍ତ୍ର ଦିବସ ପରେଡ୍‌ର ନେତୃତ୍ବ ନେଇଥିଲେ ଜେନେରାଲ୍‌ ନାରାଭାନେ। ସେ ଅତିବିଶିଷ୍ଟ ସେବା ମେଡାଲ ଓ ପରମ ବିଶିଷ୍ଟ ସେବା ମେଡାଲ ପାଇ ସାରିଛନ୍ତି।

Leave A Reply

Your email address will not be published.