Odisha Link
Bridging the Missing Links in Odisha

ଆଜି ବାଜିବ ଶାହାନାଇ, ଜନ୍ମ ଜନ୍ମର ସାଥୀ ପାଲଟିଯିବେ ଲଭ୍‌ ବାର୍ଡ

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକନି ଚମେଲି କ୍ୟ୍ୟାଟ୍ରିନା କୈଫ୍‌ ଓ ଉରି ଷ୍ଟାର ଭିକି କୌଶଲ୍

ଭୁବନେଶ୍ବର: ଆଜି ବାଜିବ ଶାହାନାଇ। ପଡ଼ିବ ହାତଗଣ୍ଠି। ସାତଫେରା ନେଇ ଜନ୍ମ ଜନ୍ମର ସାଥୀ ପାଲଟିଯିବେ ବଲିଉଡର ଲଭ୍‌ ବାର୍ଡ। ଆଜି ହାତକୁ ଦି ହାତ ହେବେ ବଲିଉଡର ଚର୍ଚ୍ଚିତ ଲଭ ବାର୍ଡ। ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକନି ଚମେଲି କ୍ୟ୍ୟାଟ୍ରିନା କୈଫ୍‌ ଓ ଉରି ଷ୍ଟାର ଭିକି କୌଶଲ୍। ନିଜଠୁ ୫ ବର୍ଷ ସାନ ଭିକିଙ୍କ ହାତ ଧରି ମିସ୍‌ କୈଫ ପାଲଟିଯିବେ ମିସେସ କୌଶଲ। ଏଥିପାଇଁ ଚକ୍‌ ମକ୍‌ ଆଳୁଆରେ ପୂରା ରଙ୍ଗୀନ ହୋଇଛି ବାରବରା ହୋଟେଲ। ଏହି ଦୁଇ ଷ୍ଟାର ସେଲେବ୍ରିଟିଙ୍କ ବିବାହକୁ ନେଇ ଏବେ ଚାରିଆଡେ ଲାଗି ରହିଛି ଚର୍ଚ୍ଚା।

ସୂଚନା ମୁତାବକ, ପଞ୍ଜାବୀ ବଧୂ ବେଶରେ ତାଙ୍କ ଭାବି ବୋହୂ ସଜେଇ ହୁଅନ୍ତୁ ବୋଲି ଭିକିଙ୍କ ମା’ ବିଣା କୌଶାଲଙ୍କ ଇଚ୍ଛା। ଏବେ ତାଙ୍କର ଏହି ଇଚ୍ଛାକୁ ପୂରଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି କ୍ୟାଟ୍ରିନା। ଆଜି ପୂରା ପଞ୍ଜାବୀ କନିଆଁ ଗେଟ୍‌ଅପ୍‌ରେ ନଜର ଆସିବେ। ଏଥିଲାଗି ପ୍ରସିଦ୍ଧ ଡ୍ରେସ୍‌ ଡିଜାଇନ୍‌ର ସବ୍ୟସାଚୀ ତାଙ୍କ ପାଇଁ ଏବେ ଖାସ୍‌ ଲେହେଙ୍ଗା ଡିଜାଇନ୍‌ କରିଛନ୍ତି। କ୍ୟାଟ୍ରିନା ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଲେହେଙ୍ଗା ପିନ୍ଧି ମଣ୍ଡପରେ ବସିବେ।

ବର୍ତ୍ତମାନ ଏକ ସୂଚନା କି ଆଜି ରାତିରେ ବିବାହ ସରିବା ପରେ ସିକ୍ସ ସେନ୍ସ ଦୁର୍ଗରେ ଏକ ବଲରୁମ ପାର୍ଟିର ଆୟୋଜନ ମଧ୍ୟ କରାଯିବ। ଏହି ବିବାହରେ ଅତିଥି ତାଲିକାରେ ବହୁତ ନାମୀ ଦାମୀ କଳାକାରଙ୍କ ନାମ ସାମିଲ୍‌ କରାଯାଇଛି । ଯେଉଁଥିରେ ୟୁଏଇରୁ ଆସୁଛନ୍ତି ଫିଲ୍ମ ନିର୍ମାତା ଅଲ୍ଲି ଆବାସ ଜାଫର ।

ତେବେ ଜଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଶୁଣିବାକୁ ମିଳୁଛି କି ଭିକି କ୍ୟାଟ୍ରିନା ଦୁହେଁ ଆଜି ଦ୍ବିପହର ୩.୩୦ରୁ ୩.୪୫ ମଧ୍ୟରେ ସାତ ଫେରା ନେବେ । ସେ ଯେଉଁ ମଣ୍ଡପରେ ବିବାହ କରିବେ ତାହା ଅତି ରାଜକୀୟ ଢଙ୍ଗରେ ସଜା ଯାଇଛି । ତେବେ ମଣ୍ଡପଟି ସମ୍ପୂର୍ଣ୍ଣ କାଚରେ ଚତୁଃପାର୍ଶ୍ବ ସଜା ଯାଇଛି । କାରଣ ଯେଉଁ ମଣ୍ଡପରେ ସେ ବସି ବିବାହ କରିବେ ସେହି ମଣ୍ଡପ ସାମ୍ନାରେ ଏକ ମନ୍ଦିର ରହିଛି । ବିବାହ ଶେଷ ହେବା ପରେ ଦୁହେଁ ଚୌଥ ମାଆଙ୍କ ପାଖକୁ ଯାଇ ଆର୍ଶୀବାଦ ନେବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.