Odisha Link
Bridging the Missing Links in Odisha

ଶୀତରେ ଥରୁଛି କନ୍ଧମାଳ

କନ୍ଧମାଳ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ବଦଳିଛି ପାଗ। ଆଉ ରାଜ୍ୟରେ ବିଭିନ୍ନ ଅଞ୍ଚଳକୁ ଫେରିଛି ଶୀତ। ବିଶେଷକରି ରାଜ୍ୟର କନ୍ଧମାଳ ଜିଲ୍ଲାରେ ବଢ଼ିଛି ଶୀତର ପ୍ରକୋପ। ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି ସମେତ ବାଲିଗୁଡ଼ା, କ.ନୂଆଗାଁ , ବେଲଘର, ତୁମୁଡ଼ିବନ୍ଧ, କୋଡ଼ଗଡ଼ ଅଞ୍ଚଳରେ ବଢ଼ିଛି ଶୀତ। ଏପରିକି ସକାଳ ପ୍ରାୟ ୯ଟା ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସମଗ୍ର ଅଞ୍ଚଳ।

ଅପରପକ୍ଷେ ନିଜକୁ ଫିଟ୍‌ ରଖିବା ପାଇଁ ସମସ୍ତେ ଆପଣାଇଛନ୍ତି ମର୍ଣ୍ଣି ଓ୍ବାକ୍, ଯୋଗ, ବ୍ୟାୟାମ। ଏସବୁ କରିବା ପାଇଁ ଜିମ୍‌ ଓ ଷ୍ଟାଡିୟମସରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଚା ଦୋକାନରେ ମଧ୍ୟ ଦେଖିବାକୁ ମିଳୁଛି ଭିଡ଼।

ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗରିବ ଲୋକଙ୍କୁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରାଯାଇ ନାହିଁ। ଅସହ୍ୟ ଶୀତରେ ଫୁଟପାଥରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପଟେ ଶୀତର ମଜା ଉଠାଇବା ପାଇଁ ଦାରିଙ୍ଗବାଡ଼ିକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ।

Leave A Reply

Your email address will not be published.