Odisha Link
Bridging the Missing Links in Odisha

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ବନକଲାଗି ନୀତି କରିବେ। ଏହି ସ୍ବତନ୍ତ୍ର ନୀତି ପ୍ରାୟ ୪ ଘଣ୍ଟା ଧରି ଅନୁଷ୍ଠିତ ହେବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଂଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।

ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କିନ୍ତୁ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।

ବନକଲାଗି ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବା ପରେ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ପ୍ରଥା ଓ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବୁଧବାର କିମ୍ବା ଗୁରୁବାର ଶ୍ରୀମନ୍ଦିରରେ ବନକ ଲାଗି ନୀତି ପାଳନ ହେବାର ବିଧି ରହିଛି।

Leave A Reply

Your email address will not be published.