Odisha Link
Bridging the Missing Links in Odisha

ଅବତରଣ ବେଳେ ବିମାନ ଦୁର୍ଘଟଣା, ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଅବତରଣ ବେଳେ ବିମାନ ଦୁର୍ଘଟଣା। ଜଳିଗଲା ଜେଟ୍। ଚାଲିଗଲା ୯ ଜୀବନ। ଜରୁରୀ ଅବତରଣ ବେଳେ ଘଟିଯାଇଛି ଏହି ଦୁର୍ଘଟଣା। ମୃତକମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଥିବା ବେଳେ ଅନ୍ୟ ୨ ଜଣ ବିମାନର ଚାଳକ (କ୍ରିୟୁ ସଦସ୍ୟ) ରହିଛନ୍ତି। ଡୋମିନିକାନ୍‌ ଗଣରାଜ୍ୟର ରାଜଧାନୀ ସାଣ୍ଟୋ ଡୋମିଂଗୋ ଲାସ୍ ଆମେରିକାସ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି।

ଖବର ଅନୁଯାୟୀ, ଏକ ଘରୋଇ ବିମାନ ରିପବ୍ଲିକଭ ଲା ଇସାବେଲା ଅନ୍ତର୍ଜାତୀୟ ବିମାନବନ୍ଦରରରୁ ଫ୍ଲୋରିଡ଼ା ଅଭିମୁଖେ ଯାତ୍ରା କରୁଥିଲା ହଠାତ୍‌ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲିକ୍ଷିତ ହୋଇଥିଲା। ଯାହାଫଳରେ ବିମାନକୁ ଜରୁରୀକାଳୀ ଅବତରଣ ପାଇଁ ପାଇଲଟ ଉଚିତ ଭାବିଥିଲେ। ତେବେ ବିମାନଟି ଜରୁରୀଅବତରଣ ବେଳେ ଘଟିଥିଲା ଦୁର୍ଘଟଣା।

ବିମାନ ଉଡ଼ାଣର ମାତ୍ର ୧୫ ମିନିଟ୍ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୯ଜଣ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଥିବା ବେଳେ ଅନ୍ୟ ୨ ଜଣ ବିମାନର ଚାଳକ (କ୍ରିୟୁ ସଦସ୍ୟ) ରହିଛନ୍ତି। ଏହି ମୃତକଙ୍କ ମଧ୍ୟରେ ୬ ଜଣ ବିଦେଶୀ ନାଗରିକ ଅଛନ୍ତି। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ୯ ଜଣଙ୍କ ମଧ୍ୟରେ ପୁଏର୍ତୋ ରିକାନ୍ ମ୍ୟୁଜିକ୍ ନିର୍ମାତା ଫ୍ଲୋ ଲା ମୁଭି ରହିଛନ୍ତି। କିପରି ଏହି ଘରୋଇ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା । ସେନେଇ ତଦନ୍ତ ଆରମ୍ଭ କରିଛନ୍ତି ସରକାର ।

ତେବେ ଏହି ଦୁର୍ଘଟଣା ନେଇ ବିମାନ ଅପରେଟର ହେଲିଡୋସା ଆଭିଏସନ୍ ଗ୍ରୁପ୍ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ସେପଟେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଦୁର୍ଘଟଣା ଆମକୁ ବହୁତ ଯନ୍ତ୍ରଣା ଏବଂ ଦୁଃଖ ଦେଇଛି। ସଂକଟ ସମୟରେ ଶୋକସନ୍ତପ ପରିବାରକୁ ସହାୟତା କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି କମ୍ପାନୀ କହିଛି।

Leave A Reply

Your email address will not be published.