Odisha Link
Bridging the Missing Links in Odisha

ଲୋକାର୍ପିତ ହେଲା ରାଜ୍ୟର ଦୀର୍ଘତମ ସେତୁ

କଟକ: ଲୋକାର୍ପିତ ହେଲା ସମ୍ପର୍କର ସେତୁ। ମୁଖ୍ୟଢ଼ନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କଲେ ବହୁ ପ୍ରତିକ୍ଷୀତ ଟି-ସେତୁ। କଟକ ବାଙ୍କୀ-ବୈଦେଶ୍ଵର-ବଡମ୍ବା ଗୋପିନାଥପୁରକୁ ସଂଯୋଗ କରୁଥିବା ରାଜ୍ୟର ଦୀର୍ଘତମ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଏହି ଟି-ସେତୁକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି।

ରାଜ୍ୟର ଦୀର୍ଘତମ ସେତୁ ଉଦଘାଟନ କରି ବେଶ୍ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ। ଉଭୟ ବଡ଼ମ୍ବା ଓ ବାଙ୍କୀ ପାର୍ଶ୍ଵରେ ଦୁଇଟି ଫଳକ ଉଦଘାଟନ କରିଲେ ନବୀନ। ଏହି ସମୟରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମେତ ୫-ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ।

ବାଙ୍କୀ ବୈଦେଶ୍ୱର ଠାରୁ ବଡମ୍ବା ଗୋପୀନାଥପୁର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ୩୯ ମିଟର ଲମ୍ବ ଏହି ସେତୁର ସ୍ୱତନ୍ତ୍ରତା ରହିଛି। ଏହାର ଆକାରଟି ଇଂରାଜୀ ଅକ୍ଷର ‘ଟି’ ପରି। ବାଙ୍କୀ-ବଡ଼ମ୍ବା ମଧ୍ୟରେ ରହିଥିବା ପର୍ଯ୍ୟଟନକ୍ଷେତ୍ର ସିଂହନାଥପୀଠକୁ ଯୋଡ଼ି ହୋଇଥିବାରୁ ଆକାଶ ମାର୍ଗରୁ ଏହାର ଚିତ୍ର ‘ଟି’ ଭଳି ଦିଶୁଛି। ଏହାକୁ ଟି-ସେତୁ ବୋଲି ମଧ୍ୟ କୁହାଯାଉଛି।

୨୦୧୯ରୁ ଏହି ସେତୁର କାମ ଆରମ୍ଭ ହୋଇଥିଲା। ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ସେତୁ ରାଜ୍ୟର ସର୍ବବୃହତ ଏବଂ ଆକର୍ଷଣୀୟ ବ୍ରିଜ୍‌ ହେବାକୁ ଯାଉଛି। ସେତୁ ମଝିରୁ ସିଂହନାଥ ପୀଠକୁ ଯୋଡ଼ିବାକୁ ଯାଇ ଆଉ ଏକ ସଂଯୋଗୀକରଣ ସେତୁ ନିର୍ମାଣ କରାଯାଇଛି । ପ୍ରାୟ ୨୪୦ ମିଟର ଲମ୍ବ ଏହି ସଂଯୋଗୀକରଣ ସେତୁ ପର୍ଯ୍ୟଟନକ୍ଷେତ୍ର ସିଂହନାଥପୀଠକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.