Odisha Link
Bridging the Missing Links in Odisha

ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗରେ ଜାତୀୟସ୍ତରୀୟ ସେମିନାର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ତରଫରୁ ଅନୁଷ୍ଠାନର ସଭାଗୃହରେ Informed Consent During Covid Pandamic: Medico- legal Perspective ବିଷୟକୁ ନେଇ ଏକ ଜାତୀୟ ସ୍ତରୀୟ ସେମିନାର ଆୟୋଜିତ ହୋଇଯାଇଛି। ଏହି ସେମିନାରରେ ମୁଖ୍ୟବକ୍ତା ଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଆଇନ ବିଭାଗ ବରିଷ୍ଠ ପ୍ରଫେସର ଡ. ମନୋଜ କୁମାର ପାଢ଼ୀ, ଅନ୍ୟତମ ବକ୍ତା ଇଉନିଭରସିଟି ଲ କଲେଜର ପ୍ରିନ୍ସିପାଲ ପ୍ରଫେସର ଡ. ପ୍ରତିଭା ପଣ୍ଡା, ସ୍ନାତକୋତ୍ତର ଆଇନ ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାଡ଼ୁଆଳ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ ମଂଚାସୀନ ହୋଇଥିଲେ।

ସେମିନାର ଆରମ୍ଭରେ ସ୍ନାତକୋତ୍ତର ଆଇନ ବିଭାଗ ମୁଖ୍ୟ ଡ. ସାଡ଼ୁଆଳ ସେମିନାରର ବିଷୟ ବାବଦରେ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସାଧାରଣ ବ୍ୟକ୍ତି ଟିଏ କିଭଳି ଦୈନଦିନ ଜୀବନରେ କୋଭିଡ୍ ପାଣ୍ଡାମିକ୍ ସମୟରେ ଚୁକ୍ତି ସମ୍ବନ୍ଧିୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ସେ ବିଶେଷଭାବରେ ଆଲୋକପାତ କରିଥିଲେ। ପରେ ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ମନୋଜ କୁମାର ପାଢ଼ୀ ବିସ୍ତୃତ ଭାବରେ ସାଧାରଣ ବ୍ୟକ୍ତି ପାଇଁ କଣ ସବୁ ଚୁକ୍ତି ସମ୍ବନ୍ଧିୟ ଆଇନ୍ ଅଛି , ସମାଜ ଉପରେ ଏହାର ପ୍ରଭାବ, ସୁଫଳ ତଥା ବର୍ତମାନର ବ୍ୟବସାୟୀ, ଯୁବଶ୍ରେଣୀ ଓ ଛାତ୍ରଛାତ୍ରୀମାନଙ୍କ ଉପରେ ଏହା କି ପ୍ରଭାବ ପକାଉଛି ସେ ବିଷୟରେ ଆଲୋକପାତ କରିଥିଲେ। ପ୍ରଫେସର ଡ. ପାଢ଼ି ନିଜର ଦୀର୍ଘ ବକ୍ତବ୍ୟ ମାଧ୍ୟମରେ ଚୁକ୍ତିଗତ ଆଇନ୍ ଜନିତ ଶୋଷଣ ହେଉଥିବା ବ୍ୟକ୍ତିବିଶେଷମାନେ କିଭଳି ଆଇନର ସହଯୋଗ ନେଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ। ପରେ ପରେ ଅନ୍ୟତମ ବକ୍ତା ଇଉନିଭରସିଟି ଲ କଲେଜର ପ୍ରିନ୍ସିପାଲ ପ୍ରଫେସର ଡ. ପ୍ରତିଭା ପଣ୍ଡା ଚୁକ୍ତି ଆଇନର ସାହାଯ୍ୟ ସାଧାରଣ ବ୍ୟକ୍ତି କେଉଁଭଳି ଭାବରେ ଆଇନ ସାହାଯ୍ୟ ନେଇପାରିବେ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ। ସର୍ବଶେଷରେ ସହକାରୀ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ ଖୁବ୍ ସୁନ୍ଦର ଭାବରେ ନିଜସ୍ବ ଢଙ୍ଗରେ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଅନୁଷ୍ଠାନର ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାଏ, ଆଇନ ଗବେଷକ ଗିରୀଶ ରଂଜନ ସାହୁ, ବିଭୁପ୍ରସାଦ ମହାପାତ୍ର ତଥା ଓଡ଼ିଶାର ବିଭିନ୍ନ ଆଇନ୍ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ତଥା ସମାଜସେବୀ ଯୋଗ ଦେଇଥିଲେ। ଏହି ସେମିନାରକୁ ଅନୁଷ୍ଠାନର ଛାତ୍ରୀ ଶ୍ରଦ୍ଧା ସେଠ୍ ପରିଚାଳନା କରିଥିଲେ ଓ ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାଏ ତଦାରଖ କରିଥିଲେ। ଦେବାଶିଷ ଦାସ୍, ରୋହିତ ଶର୍ମା, ଓ ଐସ୍ବର୍ଯ୍ୟା ସଡ଼ଙ୍ଗି , କସ୍ୟପ ଶକ୍ତି, ବୈଷ୍ଟବି ସାହୁ, ପ୍ରଂଗ୍ୟା ପବର୍ତ୍ତିକା, ଷ୍ପନ୍ଦନ ଦାସ୍ ଓ ଐସ୍ବର୍ଯ୍ୟା ମହାପାତ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.