Odisha Link
Bridging the Missing Links in Odisha

ପଞ୍ଚଭୂତରେ ବିଲୀନ ହେଲେ ଶତାୟୁ ସାମରିକ ଅଧିକାରୀ

ପୁରୀ: ପଞ୍ଚଭୂତରେ ବିଲୀନ ହେଲା ଓଡ଼ିଶାର ସୁପୁତ୍ର ଶତାୟୁ ସାମରିକ ଅଧିକାରୀ ଭାଇସ ଆଡମିରାଲ ଏସ୍. ଏଚ୍ ଶର୍ମାଙ୍କ ପାର୍ଥିବ ଶରୀର। ଆଜି ପୁରୀ ସ୍ବର୍ଗଦ୍ବାରରେ ସମାପ୍ତ ହୋଇଛି ଅନ୍ତେଷ୍ଟି କ୍ରିୟା।

ଆଜି ସ୍ବର୍ଗତ ଶର୍ମାଙ୍କ ପାର୍ଥିବ ଶରୀର ପୁରୀ ସ୍ବର୍ଗଦ୍ବାରରେ ପହଁଞ୍ଚିବା ପରେ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ପ୍ରଥମେ ଭାରତୀୟ ନୌସେନା ପକ୍ଷରୁ ତୋପ ସଲାମି ଓ ପରେ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ପୁଅ କ୍ୟାପଟେନ ନଭିନ ଶର୍ମା ମୁଖାଗ୍ନି ଦେଇଥିଲେ।

ବହୁ ପୂର୍ବତନ ନାଭାଲ କମାଣ୍ଡର, ନୌସେନା ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସ୍ବର୍ଗଦ୍ବାରରେ ସ୍ବର୍ଗତ ଶର୍ମାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ।

Leave A Reply

Your email address will not be published.