Odisha Link
Bridging the Missing Links in Odisha

ରାଜ୍ୟରେ ଓମିକ୍ରନ୍‌ ସଂଖ୍ୟା ୫୦ ପାର, ଆଜି ୨୪ ଚିହ୍ନଟ

ଭୁବନେଶ୍ବର: ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌। ଦିନକରେ ରାଜ୍ୟରେ ଆଉ ୨୪ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧୮ ସାମ୍ପଲର ଜେନମ୍‌ ସିକ୍ବେନ୍ସିଂ ପରେ ୨୪ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ବିଦେଶ ଫେରନ୍ତା ହୋଇଥିବା ବେଳେ ୧୯ ଜଣ ସ୍ଥାନୀୟ ସଂକ୍ରମିତ। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଲା । ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରିଛି ଆଇଏଲଏସ।

ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ମାତ୍ରାଧିକ ବଢ଼ିଛି। ଗତକାଲି ପାଖାପାଖି ୬୦୦ରୁ ଅଧିକ ଆକ୍ରାନ୍ତି ଚିହ୍ନଟ ହୋଇଥିବା ଆଜି ଏହା ଏକାଥରକେ ୧୨୧୬ରେ ପହଞ୍ଚିଯାଇଛି। ଗୋଟିଏ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟ ପଟେ ଓମିକ୍ରନ ମଧ୍ୟ ଲଗାତରେ ବଢ଼ିବାରେ ଲାଗିଛି।

ଓଡ଼ିଶାରେ ମଧ୍ୟ ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେବେ ଲଗାତର ଆକ୍ରାନ୍ତଙ୍କ ସଂଖା ବଢ଼ୁଥିବାରୁ ଏହାକୁ ବିଶେଷଜ୍ଞ ମାନେ ତୃତୀୟ ଲହର ବୋଲି କହିଛନ୍ତି। ଓମିକ୍ରନ ଡେଲ୍ଟା ଠାରୁ ତିନି-ଚାରି ଗୁଣା ଅଧିକ। ତେଣୁ ଏଥିରେ ଅଧିକ ଲୋକ ସଂକ୍ରମଣ ହେବାର ସମ୍ଭାବନା ରହିଛି। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ଓମିକ୍ରନରେ ଆକ୍ରାନ୍ତ ବେଶୀ ଗୁରୁତର ହେଉନାହାନ୍ତି।

Leave A Reply

Your email address will not be published.