Odisha Link
Bridging the Missing Links in Odisha

ଅବୁଝା ପତ୍ନୀଙ୍କୁ ପିଟ: ମାଲେସିଆ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ପତ୍ନୀଙ୍କୁ ଶାଳୀନତାର ସହ ପିଟିବାକୁ ପରାମର୍ଶ ଦେଇଛନ୍ତି ମାଲେସିଆର ମହିଳା, ପରିବାର ଓ ବିକାଶ ଉପମନ୍ତ୍ରୀ ସିଟି ଜାଇଲ୍ହା ମହମ୍ମଦ ୟୁସୁଫ୍। ଯାହାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା।

ମନ୍ତ୍ରୀ କହିଛନ୍ତି ଯେ, ଯଦି ସ୍ତ୍ରୀ ଜିଦ୍ଦି କରୁଛି ଆଉ ଅଭଦ୍ର ବ୍ୟବହାର କରୁଛି ତେବେ ତାଙ୍କୁ ପିଟିବା ଦରକାର। ଯାହାଦ୍ବାରା ସ୍ତ୍ରୀ ଅନୁଶାସନରେ ରହିପାରିବ। ଏହାପୂର୍ବରୁ ମହିଳା ମନ୍ତ୍ରୀ ସିଟି କହିଥିଲେ ଯେ, ସ୍ବାମୀ ଯଦି ପିଟେ ତେବେ ସ୍ତ୍ରୀ ତାଙ୍କୁ କ୍ଷମା କରିଦେବା ଉଚିତ୍। ଯାହାକୁ ନେଇ ମଧ୍ୟ ସେତେବେଳେ ଖୁବ୍‌ ଚର୍ଚ୍ଚା ହେଉଥିଲା।

ମନ୍ତ୍ରୀ ସିଟି ଇନଷ୍ଟ୍ରାଗ୍ରାମ୍‌ରେ ଏକ ୨ ମିନିଟର ଭିଡିଓ ପୋଷ୍ଟ କରିଥିଲେ। ଯାହାର ନାମ ମଦର ଟିପ୍ପ ଦେଇଛନ୍ତି। ଯେଉଁଥିରେ ସେ ସ୍ତ୍ରୀଙ୍କୁ ପିଟିବା ପାଇଁ ସ୍ବାମୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ ଭିଡିଓରେ ଆହୁରି କହିଛନ୍ତି ଯେ, ସ୍ତ୍ରୀଙ୍କୁ ଅନୁଶାସନରେ ରଖନ୍ତୁ। ଯଦି ସ୍ତ୍ରୀ କଥା ମାନୁନାହିଁ ତେବେ ୩ ଦିନ ପର୍ଯ୍ୟନ୍ତ ଶୁଅ ନାହିଁ। ଯିଦ ଏତିକିରେ ସ୍ତ୍ରୀର ହାବଭାବ ନବଦଳେ ତେବେ ତେବେ ସ୍ତ୍ରୀଙ୍କୁ ପିଟି ସାବଡ କର।

କେବଳ ଏତିକି କହି ନାହାନ୍ତି ମନ୍ତ୍ରୀ ସେ କିଭଳି ସ୍ବାମୀଙ୍କ ମନ ସ୍ତ୍ରୀ ମାନେ ଜିଣିପାରିବେ ସେଥିପାଇଁ ମଧ୍ୟ ଟିପ୍ସ ଦେଇଛନ୍ତି। ସେ କହିଛନ୍ତି ଯେ, ପତିଙ୍କଠୁ ଅନୁମତି ମିଳିବା ପରେ ହିଁ ତାଙ୍କୁ କିଛି କୁହନ୍ତୁ। ଯେତେବଳେ ସ୍ବାମୀ ଶାନ୍ତ ଥିବେ ସେତେବେଳେ କଥା ହୁଅନ୍ତୁ। ଆଉ ଯଦି କଛି ଜିନିଷ କିଣିବା ହେଉ ବା ବହାାରୁକୁ ବୁଲି ଯିବା ଆଦି କଥା ଆସେ ତେବେ ପତିଙ୍କ ଅନୁମତି ନେଇ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.