Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ: ଭୋଟ ଦେଲେ ବର୍ଷା

ଓଏଲ୍‌ ବ୍ୟୁରୋ: ନେତା ବାଛୁଛନ୍ତି ପଦ୍ମପୁର ଜନତା। ସକାଳ ୭ଟାରୁ ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ଅପରାହ୍ଣ ୪ଟା ଯାଏ ଚାଲିବ। ଆଜି ସକାଳୁ ଭୋଟଗ୍ରହଣ କେନ୍ଦ୍ରରେ ମକ୍‌ ପୋଲ୍ କରାଯାଇଥିଲା। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ମଧ୍ୟ ସକାଳୁ ସକାଳୁ ଯାଇ ଭୋଟ ଦେଇଛନ୍ତି।

ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ ବୁଥରେ ୨ ଲକ୍ଷ ୬୯ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି। ଭୋଟ୍ ଗ୍ରହଣ ପାଇଁ ମୋଟ୍ ୧୨ ଶହ ୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମୋଟ୍ ୧୨୦ ବୁଥ ୱେବ୍ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛି।