ଗୋଲ୍ଡେନ୍ ଗ୍ଲୋବ ଆୱାର୍ଡ ଜିତିଲା ‘ନାଟୁ ନାଟୁ’ ଗୀତ

ଓଏଲ୍ ବ୍ୟୁରୋ: ହଲିଉଡର ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ହାତେଇଲା ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ । ଏସ୍ଏସ୍ ରାଜାମୌଲୀଙ୍କ ଏହି ଫିଲ୍ମର ନାଟୁ ନାଟୁ ଗୀତକୁ ଶ୍ରେଷ୍ଠ ଅରିଜନାଲ୍ ଗୀତର ଆୱାର୍ଡ ମିଳିଛି।
‘ଆର୍ଆର୍ଆର୍’ ହେଉଛି ‘ଦି ଗୋଲ୍ଡେନ୍ ଗ୍ଲୋବ୍ସ୍’ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଫିଲ୍ମ। ଆର୍ଆର୍ଆର୍ର ନାଟୁ ନାଟୁ ଗୀତ ବର୍ଷ ୨୦୨୨ର ହିଟ୍ ଟ୍ରାକ୍ସ ମଧ୍ୟରୁ ଗୋଟିଏ। ଏହାକୁ ତେଲୁଗୁ ଭର୍ସନରେ ଭେଟେରାନ୍ ମ୍ୟୁଜିକ ଡାଇରେକ୍ଟର ଏମଏମ କିରାୱାଣୀ କମ୍ପୋଜ କରିଛନ୍ତି। କାଳା ଭୌରବା ଓ ରାହୁଲ ସିପ୍ଲିଗୁଞ୍ଜ ଏହାକୁ ଲେଖିଛନ୍ତି।
ଜୁନିଆର୍ ଏନ୍ଟିଆର୍ ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ ଭାରତୀୟ ସିନେମା ପାଇଁ ଗର୍ବ ଆଣିଦେଇଛି। ଆର୍ଆର୍ଆର୍ ଫିଲ୍ମ ଦୁଇଟି କ୍ୟାଟେଗୋରୀ ପାଇଁ ଗୋଲ୍ଡେନ ଆୱାର୍ଡରେ ନମିନେଟ୍ ହୋଇଥିଲା। ଏହାକୁ ନନ୍ ଇଂଲିସ୍ ଲାଙ୍ଗୁଏଜ ଓ ବେଷ୍ଟ ଅରିଜନାଲ ସଙ୍ଗ ମୋସନ ପିକ୍ଚର ପାଇଁ ନୋମିନେଟ୍ କରାଯାଇଥିଲା।