Odisha Link
Bridging the Missing Links in Odisha

ଓସ୍କାର ଆୱାର୍ଡ ତାଲିକାରେ ଭାରତୀୟ ଚଳଚ୍ଚିତ୍ର

ପଲ୍ଲବୀ ଜୋଶୀ, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଏବଂ ଅନୁପମ ଖେର ପ୍ରମୁଖ ମଧ୍ୟ ଶ୍ରେଷ୍ଠ ଅଭିନେତା ପାଇଁ ସର୍ଟଲିଷ୍ଟ ହୋଇଛନ୍ତି।

ଓଏଲ୍‌ ବ୍ୟୁରୋ : ଆସନ୍ତା ୨୦୨୩ ମାର୍ଚ୍ଚ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ୯୫ତମ ଓସ୍କାର ଆୱାର୍ଡ। ଯାହାକୁ ନେଇ ଓସ୍କାର ଆୱାର୍ଡ ତାଲିକାଭୁକ୍ତ ହୋଇଥିବା ଚଳଚ୍ଚିତ୍ରର ନିର୍ମାତାମାନେ ବେଶ ଆନନ୍ଦ ଥିବା ଜଣା ପଡିଛି। ଖୁସିର କଥା ହେଉଛି ଏହି ଓସ୍କାର ପୁରସ୍କାର ପାଇଁ ଭାରତର ୪ ସିନେମା ମନୋନୀତ ହୋଇଛି। ସଞ୍ଜୟ ଲୀଳା ବଂଶାଲୀଙ୍କର ଗଙ୍ଗୁବାଇ କାଠିଆୱାଡି, ବିବେକ ଅଗ୍ନିହୋତ୍ରୀଙ୍କର କାଶ୍ମୀର ଫାଇଲସ, ରିସବ ସେଟିଙ୍କର କାନ୍ତାରା ସ୍ଥାନ ପାଇଛି। ସେଇଭଳି ରାଜମୋୖଳିଙ୍କର ଆରଆରଆର ଚଳଚ୍ଚିତ୍ରର ନାଟୋ ନାଟୋ ସଂଗୀତ ପ୍ରଥମ ଥର ପାଇଁ ଭାରତରୁ ସ୍ଥାନ ପାଇଛି।

ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ (AMPAS) ଭାରତୀୟ ୪ ଚଳଚ୍ଚିତ୍ର ସହ ୩୦୧ ଚଳଚ୍ଚିତ୍ର ସ୍ଥାନ ପାଇଛି। ଏହି ତାଲିକାରେ ବିବେକ ଅଗ୍ନିହୋତ୍ରୀଙ୍କ କାଶ୍ମୀର ଫାଇଲ, ମରାଠୀ ଟାଇଟଲ୍ ମେ ଭାସନ୍ତ୍ରାଓ ଏବଂ ତୁଜୟ ସାଥି କାହି ହାଏ, ପାନ୍ ନଳିନୀଙ୍କ ଚେଲୋ ସୋ (“ଶେଷ ଚଳଚ୍ଚିତ୍ର ଶୋ”) ରହିଛି। ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଟ୍ୱିଟ୍ କରି କହିଛନ୍ତି, କାଶ୍ମୀର ଫାଇଲ ଓସ୍କାର ୨୦୨୩ ପାଇଁ ଏକାଡେମୀର ପ୍ରଥମ ତାଲିକାରେ ତାଲିକାଭୁକ୍ତ ହୋଇଛି। ଏହା ଭାରତର ୫ ଟି ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଭାରତୀୟ ସିନେମା ପାଇଁ ୨୦୨୨ ଏକ ମହାନ ବର୍ଷ। ସେ କହିଛନ୍ତି, ପଲ୍ଲବୀ ଜୋଶୀ, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଏବଂ ଅନୁପମ ଖେର ପ୍ରମୁଖ ମଧ୍ୟ ଶ୍ରେଷ୍ଠ ଅଭିନେତା ପାଇଁ ସର୍ଟଲିଷ୍ଟ ହୋଇଛନ୍ତି।

ଚଳଚ୍ଚିତ୍ର କାନ୍ତାରାର ଜବରଦସ୍ତ ପ୍ରତିକ୍ରିୟା ପାଇଁ ଋଷବ ଶେଟ୍ଟୀ ମଧ୍ୟ ଟ୍ୱିଟ ଯୋଗେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାନ୍ତାରା ଚଳଚ୍ଚିତ୍ର ୨ଟି ଓସ୍କାର ଯୋଗ୍ୟତା ହାସଲ କରିଥିବାରୁ ସେ ନିଜର ଖୁସିବ୍ୟକ୍ତ କରିଛନ୍ତି। ଯେଉଁମାନେ ଆମକୁ ସମର୍ଥନ କରିଛନ୍ତି ସେମାନଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ। ଏହି ଯାତ୍ରାକୁ ଆପଣଙ୍କର ସମସ୍ତ ସମର୍ଥନ ସହିତ ବାଣ୍ଟିବାକୁ ଅପେକ୍ଷା କରିଛୁ। ଓସ୍କାରରେ ଏହାକୁ ସମ୍ମାନିତ ହେଉଥିବାର ମୁହୂର୍ତ୍ତକୁ ଉତ୍ସାହର ସହ ଅପେକ୍ଷା କରିଥିବା କହିଛନ୍ତି ଋଷବ। ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି ପାଇଁ ସଞ୍ଜୟ ଲୀଳା ବଂଶାଲୀ ମଧ୍ୟ ଖୁସି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.