Odisha Link
Bridging the Missing Links in Odisha

ମନ୍ତ୍ରୀ ନବ ଦାସଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ଏୟାର ଲିଫ୍ଟ ପ୍ରକ୍ରିୟା ଆରମ୍ଭ

ଓଏଲ୍‌ ବ୍ୟୁରୋ: ବିଜେଡିର ଟାଣୁଆ ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ତାଙ୍କ ଛାତି ତଳକୁ ଗୁଳି ବାଜିଛି ବୋଲି ଜଣାପଡ଼ିଛି। ଜଣେ ଦୁର୍ବୃତ୍ତ ପୁଲିସ ବେଶରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଥିବା ସୂଚନା। ବର୍ତ୍ତମାନ ଖବର ମୁତାବିକ ମନ୍ତ୍ରୀ ନବ ଦାସଙ୍କୁ ଏୟାର ଲିଫ୍ଟ ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଖୁବଶୀଘ୍ର ତାଙ୍କୁ ଏୟାରଲିଫ୍ଟ କରଯାଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଅଣାଯିବ ବୋଲି ସୂଚନା ରହିଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ଜଣେ ପୁଲିସ କର୍ମଚାରୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉପରକୁ ଗୁଳି ମାଡ଼ କରିଥିବା ଜଣାପଡ଼ିଛି। ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଛନ୍ତି। ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ଏହି ସୂଚନା ଦେଇଛନ୍ତି। ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ ତାହା ଜଣାପଡ଼ିନି। ଏନେଇ ତାଙ୍କୁ ପଚରାଉଚରା କରାଯାଉଥିବା ଏସ୍‌ଡିପିଓ କହିଛନ୍ତି।

ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନବ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗସ୍ତରେ ଯାଇଥିଲେ । ତେବେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା। ମନ୍ତ୍ରୀଙ୍କୁ ଅତି ନିକଟରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି ।

ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜିଥିବାରୁ ତାଙ୍କର ଅବସ୍ଥା ସଙ୍କଟଜନକ ରହିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମନ୍ତ୍ରୀଙ୍କୁ ମେଡିକାଲ ନିଆଯାଇଛି । ତେବେ ଏହି ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.