Odisha Link
Bridging the Missing Links in Odisha

ରାଜ୍ୟରେ ସ୍କ୍ରାପ୍ ହେବ ୨୦ ଲକ୍ଷ ଗାଡ଼ି

ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଗଡୁଥିବା ପୁରୁଣା ଗାଡ଼ିକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ରାସ୍ତାରୁ ହଟିବ ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ି। ୧୫ ବର୍ଷରୁ ଅଧିକ ଫିଟନେସ ନଥିବା ଗାଡ଼ି ଗୁଡ଼ିକୁ ସ୍କ୍ରାପ କରାଯିବାର ସୂଚନା ମିଳିଛି। ଏଥିମଧ୍ୟରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମଟର ସାଇକେଲ ଓ ସ୍କୁଟର ରହିଛି।

ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଏହି ଗାଡ଼ିକୁ ସ୍କ୍ରାପ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ତେବେ ଏନେଇ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଲିଖିତ ଉତର ରଖିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି। ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ ପାଇଁ ରାଜ୍ୟ ସରକାର ସ୍କ୍ରାପ ପଲିସି ୨୦୨୨ର ପ୍ରଣୟନ କରିଥିବା ଗୃହରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।

Leave A Reply

Your email address will not be published.