Odisha Link
Bridging the Missing Links in Odisha

ରାଜ୍ୟ ବଜେଟ୍ : ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ

ମିଶନ ଶକ୍ତି ପାଇଁ ୨୫୪୯ କୋଟି ବ୍ୟୟବରାଦ ହୋଇଥିବାବେଳେ ଶକ୍ତି ବିଭାଗ ପାଇଁ ୫୯୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଓଏଲ୍‌ ବ୍ୟୁରୋ : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବଜେଟ ଅଧିବେଶନ ଆୟୋଜିତ ହେଉଛି। ବଜେଟ୍ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି। ମିଶନ ଶକ୍ତି ପାଇଁ ୨୫୪୯ କୋଟି ବ୍ୟୟବରାଦ ହୋଇଥିବାବେଳେ ଶକ୍ତି ବିଭାଗ ପାଇଁ ୫୯୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଗୃହ ବିଭାଗ ପାଇଁ ୭୩୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Leave A Reply

Your email address will not be published.