Odisha Link
Bridging the Missing Links in Odisha

ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ସୁଶାନ୍ତ ମହାନ୍ତି

ଓଏଲ୍‌ ବ୍ୟୁରୋ: ରାଜ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଇଛନ୍ତି ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତି। ସୋମବାର ରାଜଭବନରେ ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲୋ

ସୂଚନାଥାଉକି, ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତିଙ୍କୁ ଫେବ୍ରୁଆରୀ ୯ ତାରିଖରେ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଥିଲା। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୂଚନା ଅଧିକାର ଆଇନ ୨୦୦୫ ଏବଂ ଏନେଇ ଗଠିତ କମିଟିର ସୁପାରିସକ୍ରମେ ଶ୍ରୀ ମହାନ୍ତିଙ୍କୁ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.