Odisha Link
Bridging the Missing Links in Odisha

ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅପରାହ୍ନରେ ମୁମ୍ବାଇରେ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅମ୍ବାନୀ ଓଡ଼ିଶାରେ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ତଥା ରାଜ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଭିଟେଡର ଭବିଷ୍ୟତ ବିନିଯୋଗ ଯୋଜନା ବିଷୟରେ ଆଲୋଚନା କରିଛନ୍ତି। ଏଥିସହିତ ଓଡ଼ିଶା ନିବେଶର ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ମୁକେଶ ଅମ୍ବାନୀ। ଆଲୋଚନାରେ ଓଡ଼ିଶାରେ ମୁକେଶ ଆମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ରିଲାୟନ୍ସ ଗ୍ରୁପ ଓଡିଶାରେ ନିବେଶ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମୟରେ ମୁକେଶଙ୍କୁ ହକିର ଜର୍ସି ଉପହାର ଦେଇଛନ୍ତି ନବୀନ। ସେହିଭଳି ସିଏଟ୍ ଗ୍ରୁପର ଅନନ୍ତ ଗୋଏଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।ଅନନ୍ତଙ୍କ ସହ ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଆଲୋଚନା କରିବା ପରେ ହକିର ଜର୍ସି ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.