Odisha Link
Bridging the Missing Links in Odisha

ତାତିରୁ ନାହିଁ ନାସ୍ତି, ମାର୍ଚ୍ଚ ପହିଲାରୁ ବଢ଼ିବ ଗରମ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ହିଁ ତାତିରୁ ନାହିଁ ନାସ୍ତି। କାରଣ ଆଜିଠୁ ରାଜ୍ୟରେ ୫ ଦିନ ଯାଏଁ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। କ୍ରମଶଃ ଏହା ବୃଦ୍ଧି ପାଇ ମାର୍ଚ୍ଚ ପ୍ରଥମ ସପ୍ତାହରେ କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରି ମଧ୍ୟରେ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ ବିଶଷେଜ୍ଞ କହିଛନ୍ତି, ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବଙ୍ଗୋପସାଗରୀୟ ପବନ ବହିବା ହେତୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ତାପମାତ୍ରା ବିଶେଷ ବଢ଼ିବ ନାହିଁ। ଉପରବେଳା ସାମୁଦ୍ରିକ ପବନ ଯୋଗୁଁ ସନ୍ଧ୍ୟା ସମୟରେ ତାପମାତ୍ରା ଶୀଘ୍ର କମିବ ଓ ଗରମ ଅନୁଭୂତ ହେବ। ତେବେ ୪ ତାରିଖ ବେଳକୁ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ହୋଇପାରେ। ତାପମାତ୍ରା ବୃଦ୍ଧି ଯୋଗୁଁ ରବି ଫସଲ ଓ ପନିପରିବା ଶୀଘ୍ର ଅମଳ ହେବ। ଗରମ ପ୍ରଭାବ କମ୍‌ କରିବା ପାଇଁ ହାଲୁକା ଜଳସେଚନ କରି ଜମିର ମାଟିକୁ ଓଦା ରଖିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୧ ଡିଗ୍ରି ରେକର୍ଡ କରାଯାଇଛି। ଯେତେବେଳେ କି ଆଜି ଦିନର ତାପମାତ୍ରା ବୌଦ୍ଧ ଓ ମାଲକାନଗିରିରେ ସର୍ବାଧିକ ୩୭.୫ ଡିଗ୍ରି ରହିଥିଲା। ଭୁବନେଶ୍ବର ଓ କଟକ ସହରର ତାପମାତ୍ରା ହ୍ରାସ ପାଇ ଯଥାକ୍ରମେ ୩୪.୨ ଓ ୩୩.୬ ଡିଗ୍ରି ଥିଲା।

Leave A Reply

Your email address will not be published.