Odisha Link
Bridging the Missing Links in Odisha

ଦୁର୍ଘଟଣାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ ; ୨ ଗୁରୁତର

ବୁଡାଭୁଇଁ ଗାଁ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଖୁଣ୍ଟରେ ପିଟି ହୋଇଯାଇଥିଲା।

ଓଏଲ୍‌ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ଥାନା ବୁଢାଭୂଇଁ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଖୁଣ୍ଟରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦୁଲ୍ଲଭ କିସାନ। ଲଲେଇରୁ ଖଣ୍ଡାଧାର ଯିବାବେଳେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଆହତ ହୋଇଥିବା ୨ ଗୁରୁତରଙ୍କୁ ରାଉରକେଲା ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଖବର ଅନୁସାରେ, ଗତକାଲି ଦୁଲ୍ଲଭଙ୍କ ସହ ଏକ ବାଇକ୍‌ରେ ୨ଜଣ ବସି ଲଲେଇଁରୁ ଖଣ୍ଡାଧାର ଯାଉଥିଲେ। ବୁଡାଭୁଇଁ ଗାଁ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଖୁଣ୍ଟରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଦୁଲର୍ଭଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ୨ଜଣ ଗୁରୁତର ଆହତ ହୋଇଥିଲେ। ଦୁଲ୍ଲଭଙ୍କ ଘର କପଣ୍ଡ ନୁଆଗାଁ ବୋଲି ଜଣାପଡ଼ିଛି। ଜଣେ ଆହତଙ୍କ ଘର ସରସରା ବଲାଙ୍ଗ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର କପଣ୍ଡ ନୁଆଗାଁ ବୋଲି ଜଣାପଡ଼ିଛି। ତେବେ ଦୁର୍ଘଟଣାରେ ଆହତ ହୋଇଥିବା ୨ଜଣଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.