Odisha Link
Bridging the Missing Links in Odisha

ଟ୍ରକକୁ ପଛରୁ ଧକ୍କା ଦେଲା ବସ୍, ୭ ଆହତ

ଓଏଲ୍‌ ବ୍ୟୁରୋ: ଭଦ୍ରକ ବୀଣା ପେଟ୍ରୋଲ ପମ୍ପ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଜାତୀୟ ରାଜପଥରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ଫଳରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶନିବାର ରାତିରେ ଶୁଭଲକ୍ଷ୍ମୀ ନାମକ ଏହି ବସ୍ ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ପିଟି ଦେଇଥିଲା ବସ୍‌ଟି। ଏହି ଦୁର୍ଘଟଣାରେ ବସ୍‌ର ବାମ ପାର୍ଶ୍ୱଟି କ୍ଷତିଗ୍ରସ୍ତ ହୋଇଛି। ୭ ଜଣ ଆହତଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାମାନ୍ୟ ଆହତ ହୋଇଥିବା ଅନ୍ୟ ଲୋକଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟପକ୍ଷରେ ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.