Odisha Link
Bridging the Missing Links in Odisha

ବୃଦ୍ଧି ହେଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରି

ର୍ଧକୁଶଳୀ ଶ୍ରମିକଙ୍କର ୩୭୩ ଟଙ୍କାରୁ ୩୮୫ ଟଙ୍କାକୁ ବୃଦ୍ଧି ପାଇଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ ମଜୁରୀ ବୃଦ୍ଧି ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି ପାଇଥିବା ସୂଚନା ମିଳିଛି। ପ୍ରତ୍ୟେକ ଶ୍ରମିକଙ୍କ ମଜୁରି ୧୨ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି। ପୂର୍ବରୁ ଅଣକୁଶଳୀ ଶ୍ରମିକଙ୍କ ମଜୁରି ୩୩୩ ଟଙ୍କା ଥିଲା ଯାହା ବର୍ତ୍ତମାନ ୩୪୫ ଟଙ୍କା ହୋଇଛି। ଅର୍ଧକୁଶଳୀ ଶ୍ରମିକଙ୍କର ୩୭୩ ଟଙ୍କାରୁ ୩୮୫ ଟଙ୍କାକୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷେ, କୁଶଳୀ ଶ୍ରମିକଙ୍କ ୪୨୩ ଟଙ୍କାରୁ ୪୩୫ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରି ୪୮୩ ଟଙ୍କାରୁ ୪୯୫ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ହେବା ନେଇ ରାଜ୍ୟ ସରକାରଙ୍କ ଶ୍ରମ କମିସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରତ୍ୟେକ ଶ୍ରମିକଙ୍କ ମଜୁରି ସମାନ ଭାବରେ ୧୨ ଟଙ୍କା ଲେଖାଏଁ ବୃଦ୍ଧି ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.