Odisha Link
Bridging the Missing Links in Odisha

କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା, ରାଜ୍ୟରେ ଶହେ ଟପିଲା ଦୈନିକ ସଂକ୍ରମଣ

ସେଇଭଳି ଆଜି ଦେଶରେ ୬ ହଜାର ୫୦ କରୋନା ପଜିଟିଭ ଚିହ୍ନଟ କରାଯାଇଛି।

ଓଏଲ୍‌ ବ୍ୟୁରୋ: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇଛି। ରାଜ୍ୟରେ ଶହେ ଟପିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୪ ନୂଆ ପଜିଟିଭ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୯କୁ ବୃଦ୍ଧି ପାଇଛି। ସେଇଭଳି ଆଜି ଦେଶରେ ୬ ହଜାର ୫୦ କରୋନା ପଜିଟିଭ ଚିହ୍ନଟ କରାଯାଇଛି।

ଦେଶରେ ସକ୍ରିୟ ରୋଗୀ ସଂଖ୍ୟା ୨୮ ହଜାର ୩୦୩କୁ ବୃଦ୍ଧି ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ୧୩ଜଣ ପ୍ରାଣ ହରାଇଥିବା ଜଣା ପଡିଛି। କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନରେ ୨, ଦିଲ୍ଲୀରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜରାଟ, ହରିୟାଣା, ପଞ୍ଜାବ, ଜାମ୍ମୁ ଓ ହିମାଚଳରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। କରୋନା ସଂକ୍ରମଣକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୈଠକ ଆୟୋଜିତ ହୋଇଛି।

ସୂଚନା ଅନୁସାରେ, ଗତକାଲି ଦେଶରେ ୫ ହଜାର ଟପିଥିଲା ଦୈନିକ କରୋନା ସଂକ୍ରମଣ। ଗତକାଲି ୨୪ଘଣ୍ଟା ମଧ୍ୟରେ ୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦେଶରେ ୨୫,୫୮୭ ଆକ୍ଟିଭ କେସ୍‌ ରହିଥିବା ଜଣା ପଡିଥିଲା। କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ବୃଦ୍ଧିପାଉଥିବା କରୋନାକୁ ନଜରରେ ରଖି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ କରିଛନ୍ତି। ଭର୍ଚୁଆଲ ମୋଡ୍‌ରେ ସବୁ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ।

Leave A Reply

Your email address will not be published.