Odisha Link
Bridging the Missing Links in Odisha

“ନବୀନ ପଟ୍ଟନାୟକ କାହାର ନୁହଁ”

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନରେ ଜିତିବା ପାଇଁ ମାଷ୍ଟରପ୍ଲାନ୍‌ କରିଛି ବିଜୁ ଜନତା ଦଳ। ବର୍ଷର ପ୍ରଥମ ଉପନିର୍ବାଚନରେ ଜିତିବା ନେଇ ଦଳ ଆରମ୍ଭ କରିଛି ଅଙ୍କକଷା। ବିଜେଡି ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଥିଲା। ଏବେ ନେତାମାନଙ୍କୁ ଦାୟିତ୍ୱ ବାଣ୍ଟୁଛି। ଉପନିର୍ବାଚନ ପାଇଁ ଘୋଷିତ ହୋଇଥିବା ପର୍ଯ୍ୟବେକ୍ଷକ ତାଲିକାରୁ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବାଦ୍‌ ପଡ଼ିଛନ୍ତି। ଯାହାକୁ ନେଇ ବିଜେଡିକୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଅନ୍ୟପଟେ ବିଜେଡି ସାଂସଦ ମହେଶ ସାହୁ ପାଲଟା ଆକ୍ରମଣ କରିଛନ୍ତି।

ଦୁଇମାସ ତଳେ ନବ ଦାସଙ୍କ ପରଲୋକ ହୋଇଥିଲା। ନବ ଦାସଙ୍କ ହତ୍ୟାକାଣ୍ଡରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରି ଆସୁଥିଲା ବିଜେପି । ଯେଉଁଥିପାଇଁ ପର୍ଯ୍ୟବେକ୍ଷକ ତାଲିକାରୁ ସେହି ନେତାଙ୍କୁ ବାଦ ଦିଆଯାଇଛି ବୋଲି ବିଜେପି କହୁଛି। ସେହିପରି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ସୁଶାନ୍ତ ସିଂଙ୍କୁ ବାଦ ଦିଆଯାଇଛି। ନବୀନ ପଟ୍ଟନାୟକ କାହାର ନୁହଁନ୍ତି, ସେ ସୁଶାନ୍ତଙ୍କୁ କେମିତି ଛାଡିବେ ବୋଲି ପ୍ରଶ୍ନ କରିଛନ୍ତି । ଦିଲ୍ଲୀପ ରାୟ,ବିଜୟ ମହାପାତ୍ର,ନଳୀନି ମହାନ୍ତି ଭଳି ଲୋକଙ୍କୁ କାଢିଛନ୍ତି। ନବଦାସ ହତ୍ୟାକାଣ୍ଡରେ ତାଙ୍କର ସମୃକ୍ତି ଅଛି ବୋଲି ସୁଶାନ୍ତ ସିଂଙ୍କୁ ବାଦ ଦିଆଗଲା।

ଅନ୍ୟପଟେ ବିଜେଡି ସାଂସଦ ମହେଶ ସାହୁ କହିଛନ୍ତି, ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଦୃଷ୍ଟିରୁ ଏବଂ କେଉଁ କାରଣ ପାଇଁ ଏଭଳି ନିଷ୍ପତି ନେଇଛନ୍ତି ସେ ହିଁ କହିପାରିବେ । କିଏ କଣ କହୁଛି ତାକୁ ନେଇ କିଛି କହି ହେବ ନାହିଁ। ନବ ଦାସ ହତ୍ୟାକୁ ନେଇ ତଦନ୍ତ ଚାଲିଛି । ବିରୋଧୀ ଦଳ ବହୁତ କଥା କହୁଛନ୍ତି। ଏମିତି କଣ ମାନେ ଅଛି କି, ଯେ ଜଣେ ଆକ୍ଟିଭ ଲୋକଙ୍କୁ ସବୁବେଳେ ସବୁ ଜାଗାରେ ଦାୟିତ୍ୱ ଦିଆଯାଇ ପଠା ହେବ। ବିଜେଡିରେ ସମସ୍ତେ ଦକ୍ଷ ନେତା ଅଛନ୍ତି। ସେ ଅଞ୍ଚଳରେ ଆମର ଆହୁରି ଆକ୍ଟିଭ ଲୋକ ଅଛନ୍ତି। ଏହା ଦଳର ନିଷ୍ପତି ହୋଇଥିବ। ଦଳର ନିଷ୍ପତି ଯାହା କାର୍ଯ୍ୟକର୍ତ୍ତା ତାକୁ ଗ୍ରହଣ କରେ। ସୁଶାନ୍ତ ସିଂଙ୍କର ପ୍ରତିକ୍ରିୟା ନାହିଁ। ବିରୋଧୀ ଦଳ କଣ ଯାହା ପ୍ରତିକ୍ରିୟା ଦେବେ ତାଙ୍କ କଥାରେ ନାଚିବୁ କି ବୋଲି ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.