Odisha Link
Bridging the Missing Links in Odisha

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: କେଜ୍ରିଓ୍ବାଲଙ୍କୁ ୫୬ ପ୍ରଶ୍ନ ପଚାରିଲା ସିବିଆଇ

ଦନ୍ତକାରୀ ସଂସ୍ଥା ସିବିଆଇକୁ ପୂର୍ଣ୍ଣ ସମର୍ଥନ କରିଛି। ୮ ଘଣ୍ଟାର ଜେରା ମଧ୍ୟରେ ମୋଟ ୫୬ଟି ପ୍ରଶ୍ନ ସିବିଆଇ କରିଥିଲା।

ଓଏଲ୍‌ ବ୍ୟୁରୋ: ନୂଆକରି ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇଥିବା ଆମ୍‌ ଆଦମୀ ପାର୍ଟି ପାଇଁ ଅଡ଼ୁଆ କରୁଛି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା। କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜେରା କରିିଛି ସିବିଆଇ। ରବିବାର ଦିନ କେଜ୍ରିଓ୍ବାଲ ସିବିଆଇ ଦପ୍ତରରେ ପାଖାପାଖି ୯ ଘଣ୍ଟା ଥିଲେ। ସେମଧ୍ୟରୁ ୮ ଘଣ୍ଟା ଜେରା ହୋଇଛନ୍ତି କେଜ୍ରିଓ୍ବାଲ। ଯାହାକୁ ନେଇ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ସିବିଆଇ ଦପ୍ତରରୁ ଫେରିବା ପରେ କେଜ୍ରିଓ୍ବାଲ ଗଣମାଧ୍ୟମକୁ କହିଥିଲେ ଯେ, ତଦନ୍ତକାରୀ ସଂସ୍ଥା ସିବିଆଇକୁ ପୂର୍ଣ୍ଣ ସମର୍ଥନ କରିଛି। ୮ ଘଣ୍ଟାର ଜେରା ମଧ୍ୟରେ ମୋଟ ୫୬ଟି ପ୍ରଶ୍ନ ସିବିଆଇ କରିଥିଲା। ଯାହାର ଉତ୍ତର ମୁଁ ରଖିସାରିଛି ବୋଲି କେଜ୍ରିଓ୍ବାଲ କହିଥିଲେ। ଏଥିସହିତ ସେ ଆହୁରି କହିଛନ୍ତି, ଏହି ମାମଲାରେ ସିବିଆଇ ତାଙ୍କୁ ପୁଣି ଜେରା କରିବ ନେଇ କୌଣସି ସଙ୍କେତ ଦେଇନାହିଁ।

ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋୟଲ କହିଛନ୍ତି ଯେ ଏହା ଗଣତନ୍ତ୍ରର ହତ୍ୟା ଏବଂ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ରର ଅଂଶ ଭାବେ କେଜ୍ରିୱାଲଙ୍କୁ ସିବିଆଇ ଜେରା କରୁଛି। ଜାତୀୟସ୍ତରରେ ଆପ୍‌ର ଶକ୍ତି ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଅଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରୁଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କେଜ୍ରିୱାଲଙ୍କୁ ଜେରା ପାଇଁ ସିବିଆଇ ତଲବ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀରେ ଜୋର୍‌ଦାର ବିରୋଧ ପ୍ରଦର୍ଶନ କରିଥିଲା। ଆପ୍‌ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ଏନ୍‌ଏଚ୍‌-୪୪, ଜିଟି କର୍ନାଲ ରୋଡରେ ଆପ୍‌ର ବିରୋଧ ପ୍ରଦର୍ଶନ ପାଇଁ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଥିଲା।

Leave A Reply

Your email address will not be published.